ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ‘ସ୍ତ୍ରୀ ଶକ୍ତି ଜାତୀୟ ପୁରସ୍କାର ୨୦୨୧’ରେ ସମ୍ମାନିତ

0

(ମୁମ୍ବାଇ) : ଇତିହାସ ରଚିଲେ ଉର୍ବଶୀ ରୌତେଲା। ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିକଟରେ ‘ସ୍ତ୍ରୀ ଶକ୍ତି ଜାତୀୟ ପୁରସ୍କାର ୨୦୨୧’ରେ ସମ୍ମାନିତ କରାଯାଇଛି । ମହାରାଷ୍ଟ୍ର ଏବଂ ଗୋଆର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରି ଅଭିନେତ୍ରୀଙ୍କୁ ‘ସ୍ତ୍ରୀ ଶକ୍ତି ଜାତୀୟ ପୁରସ୍କାର ୨୦୨୧’ ସମ୍ମାନରେ ସମ୍ମାନିତ କରିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ସେୟାର କରିଛନ୍ତି ।

ସୂଚନାନୁଯାୟୀ , ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା କରୋନା ମହାମାରୀ ସମୟରେ ଲକଡାଉନରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଏହି ଅବସରରେ ଉର୍ବଶୀ ଏକ ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଫିଲ୍ମ ଜଗତରୁ ଏହି ସମ୍ମାନ ପାଇଥିବା ସର୍ବକନିଷ୍ଠ ବ୍ୟକ୍ତି ହୋଇଥିବାରୁ ମୁଁ ଅତ୍ୟଧିକ ଗୌରବାନ୍ୱିତ ଅନୁଭବ କରୁଛି। # STREESHAKTI #NATIONALAWARD ୨୦୨୧ ସହିତ ସମ୍ମାନିତ ହେବାର ଗର୍ବିତ ମୁହୂର୍ତ୍ତ ।‘ ନାରୀ ଶକ୍ତି ସମ୍ମାନ ଅସାଧାରଣ ଉପଲବ୍ଧି ପାଇଁ ବ୍ୟକ୍ତିଗତ ମହିଳାମାନଙ୍କୁ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ୬ଟି ବର୍ଗରେ ପ୍ରଦାନ କରାଯାଇଥାଏ।