(ମମତା ସାମଲ)ରିପୋର୍ଟସଟୁଡେ: ବଲାଙ୍ଗୀର ବସଷ୍ଟାଣ୍ଡରୁ ଏକ ବସରୁ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସୂଚନାଅନୁସାରେ , ଗତକାଲି ରବୀନ୍ଦ୍ର ସାମନ୍ତ ନାମକ ଜଣେ ଯୁବକ ଏକ ଘରୋଇ ବସରେ ବାଲେଶ୍ୱରରୁ ବଲାଙ୍ଗୀର ଆସୁଥିଲେ । କିନ୍ତୁ ଆଜି ସକାଳେ ବସଟି ବଲାଙ୍ଗୀରରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ଓହ୍ଲାଇଥିଲେ । ଏହାପରେ ବସର କର୍ମଚାରୀ ରବୀନ୍ଦ୍ରଙ୍କ ନିକଟକୁ ଯାଇଥିଲେ । ତେବେ ସେ ମୃତ୍ୟୁବରଣ କରିଥିବା ଜଣାପଡିଥିଲା । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ରବୀନ୍ଦ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ରବୀନ୍ଦ୍ରଙ୍କୁ କେହି ନିଶାଦିଆ ଲୁଟେରା ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।