(ମଧୂସୁଦନ ବହିଦାର) ବଲାଙ୍ଗୀର: ବଲାଙ୍ଗୀରରେ ପ୍ରୋପେଟ ମହମ୍ମଦଙ୍କ ଜନ୍ମ ଦିବସରେ ମୁସଲିମ ସମ୍ପ୍ରଦାୟର ଭାଇ, ଭଉଣୀ ମାନେ ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବହୁ ଧୁମଧାମ ରେ ପାଳନ କରିଛନ୍ତି। ପ୍ରୋପେଟ ମୁସଲମାନ ଧର୍ମର ଜଣେ ପ୍ରଚାରକ ହୋଇଥିଲେ ସୁଦ୍ଧା ସେ ସମସ୍ତଙ୍କୁ ପ୍ରେମ, ସମ୍ମାନ ତଥା ଅନ୍ୟ ଧର୍ମ କୁ ମଧ୍ୟ ସମ୍ମାନ ଦେବା ପରମଧର୍ମ ବୋଲି ସେ ବିଶ୍ୱାସ କରୁଥିଲେ। ସେହି ଆଧାରରେ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପ୍ରଥମେ ଦିନ ୧୦ଟା ସମୟରେ ସମସ୍ତ ମୁସଲିମ ଭାଇ ସୁନ୍ନି ସଦର ମସଜିଦ ରୁ ଏକ ବିଶାଳ ଶୋଭା ଯାତ୍ରାରେ ବାହାରି ନଗର ପରିକ୍ରମା କରି ଭାଇଚାରା ର ବାର୍ତ୍ତା ଦେଇଥିଲେ । ଏହା ସହ ମସଜିଦକୁ ଫେରି ସେଠାରେ ନମାଜ ପାଠ କରିଥିଲେ ।