ବାଣ ବୋଝେଇ ଟ୍ରକକୁ ଜବତ କଲା ଧରାକୋଟ ପୋଲିସ

0

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ରାଜ୍ୟ ସରକାର ଆସନ୍ତା ଦୀପାବଳିକୁ ଆଖି ଆଗରେ ରଖି ୩୦ ଡିସେମ୍ବର ପର୍ଯ୍ୟନ୍ତ ବାଣ ବିକ୍ରି ଓ ବାଣ ଫୁଟାଇବା ବିରୋଧରେ କଡା ନିୟମ କରିବା ପରେ ମଧ୍ୟ କେତେକ ସ୍ଥାନରେ ଲୁକା ଛପାରେ ବାଣ କାରବାର ଦେଖିବାକୁ ମିଳୁଛି।ତେଣୁ ଗଞ୍ଜାମ ପୋଲିସ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ଧରାକୋଟ ପୋଲିସ ଏକ ବାଣ ବୋଝେଇ ଟ୍ରକ ଜବତ କରିଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ଛଅ ଲକ୍ଷରୁ ଅଧିକ ହେବ ବୋଲି ଧରାକୋଟ ଆଇଆଇସି ଶ୍ରୀ ସହଦେଵ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନା ଥାଉକି ,ଏହି ବାଣ ବୋଝେଇ ଟ୍ରକଟି ଧରାକୋଟ ବ୍ଲକ ମୁଣ୍ଡମରାଇ ନିକଟରେ ଥିବା କଲେଜ ନିକଟରେ ଥିବା ସମୟରେ ଆସିକା ଏସଡିପିଓଙ୍କ ନେତୃତ୍ୱରେ ଧରାକୋଟ ପୋଲିସ ଜବତ କରିଛି।ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଚମ୍ପଟ ମାରିଥିବା ବେଳେ ଡ୍ରାଇଭରକୁ ଧରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ଧରାକୋଟ ଆଇଆଇସି ସୂଚନା ଦେଇଛନ୍ତି ।