(ଅଜିତ ସାହୁ/ ଜଳେଶ୍ୱର): ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗାଁରେ ଗତ ସୋମବାର ଘଟିଥିବା ହୃଦୟ ବିଦାରକ ଘଟଣାରେ ଆଜି ଭିନ୍ନ ମୋଡ ଦେଖାଦେଇଛି । ଗତକାଲି ଏଠାରେ ହତ୍ୟା କରାଯାଇଥିବା ମହିଳା ସୋନାଲି ପାତ୍ରଙ୍କ ହତ୍ୟାକାରୀକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅନ୍ୟପଟେ ଘରର ଏକମାତ୍ର ରୋଜଗାରିଆ ପୁଅ ତଥା ତାଙ୍କ ସ୍ୱାମୀ ଜନ୍ମେଜୟ ପାତ୍ର ଦୂର୍ଘଟଣାରେ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଭୁବନେଶ୍ୱର ଘରୋଇ ମେଡିକାଲରେ ଚିକିତ୍ସିଧୀନ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଫଳରେ ତାଙ୍କର ଏକମାତ୍ର ଅଢେଇ ବର୍ଷର ସନ୍ତାନ ବାପା-ମାଆଙ୍କୁ ହରାଇ ଅନାଥ ହୋଇଯାଇଛି । ସୂଚନାଯୋଗ୍ୟ, ଗତ ସୋମବାର ନିଜ ପାନବରଜକୁ ପାଣି ମଡାଇବାକୁ ଯାଇଥିବା ବେଳେ ମହିଳା ଜଣଙ୍କୁ କେହି ହତ୍ୟା କରିବା ପରେ ଗାତ ଖୋଳି ପୋତି ଦେଇଥିଲା । ତେବେ ମଙ୍ଗଳବାର ଅଢେଇ ବର୍ଷ ପିଲାଟି ନିଜ ବାପାକୁ ହରାଇବା ପରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଷାଦର ଛାୟା ଖେଳିଯାଇଛି । ସ୍ଥାନୀୟ ସରପଞ୍ଚ ମୃତକଙ୍କ ବୃଦ୍ଧ ବାପା ମା ଓ କୁନି ପୁଅର ଭରଣପୋଷଣ ପାଇଁ ସରକାରୀ ସହାୟତା ଦାବି କରିଛନ୍ତି । ଏହାସହ ହତ୍ୟାକାରୀକୁ କଠୋର ଦଣ୍ଡ ଦେବାକୁ ଦାବି ଗାଁ ଲୋକେ ଦାବି କରିଛନ୍ତି ।