ବାର୍ଷିକ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ

0

(ଦୀପକ ମିଶ୍ର)ଉଦଳା: ଉଦଳା ବ୍ଲକ ଅଧିନସ୍ଥ ଆରଡିଏସ୍ ଡିଗ୍ରୀ ମହାବିଦ୍ୟାଳୟର ଏକ ଦିବସୀୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ଉତ୍ସବରେ ମହାବିଦ୍ୟାଳୟର ଯୁକ୍ତ ତିନି ଏବଂ ଯୁକ୍ତ ଦୁଇ ବିଭାଗର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ଏହି ବାର୍ଷିକ କ୍ରୀଡାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହାଇ ଜମ୍ପ , ଲଙ୍ଗ ଜମ୍ପ , ମ୍ୟୁଜିକ ଚେୟାର , ଜାଭଲିଙ୍ଗ ଥ୍ରୋ , ଡିସକସ ଥ୍ରୋ ,୨୦୦ ଏବଂ ୪୦୦ ମିଟର ଦୌଡ ସମେତ ବିଭିନ୍ନ କ୍ରୀଡା ପ୍ରଦର୍ଶନ କରିଥିଲେ । ଏଥିରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କ୍ରୀଡା ଉତ୍ସବକୁ ଯୁକ୍ତ ତିନି କଲେଜ ଅଧ୍ୟକ୍ଷ ଅରବିନ୍ଦ ମୁଦୁଲି , କ୍ରୀଡା ସମ୍ପାଦକ ଡାଃ ଅଜିତ କୁମାର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହା ସହ ପୁରସ୍କାର ବିତରଣ ସଭାରେ କଲେଜ ଅଧ୍ୟକ୍ଷ ଡାଃ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ସାନ୍ତାଳୀ ସିନେ ଜଗତର ନିର୍ଦ୍ଦେଶକ ତଥା ଓଡିଆ ଆଲବମର ନିର୍ଦ୍ଦେଶକ ସଞ୍ଜୀବ ଦ୍ୱିବେଦୀ , ସୁଦିପ୍ତ ଜେନା , ଆଲବମ କଳାକାର ଶୁଭାଙ୍ଗୀ ଏବଂ ଅଭିଷେକଙ୍କ ସମେତ ୟୁନିକ ପ୍ରେସ କ୍ଲବର ସଭାପତି ପତ୍ରକାର ସନ୍ତୋଷ କୁମାର ବାଚ୍ଛିନୀ ପ୍ରମୁଖ ଯୋଗ ଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ କରିଥିଲେ ।