(ପଦ୍ମନାଭ ପ୍ରାଣିଗ୍ରାହୀ)କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେଡି ଦଳର ଏନ୍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ୯ଜଣ ବିଜେଡି କାଉନସିଲରଙ୍କ ଅନାସ୍ଥା ପ୍ରସ୍ତାବର ଆଜି ଭୋଟ ଗ୍ରହଣ କରାଯାଇଥିଲା।ମୋଟ ୧୩ଜଣ କାଉନସିଲରୁ ୧୧ଜଣ କାଉନସିଲର ଭୋଟ ଦେଇଥିଲେ ।୧୧ଜଣ କାଉନସିଲରଙ୍କ ଭୋଟ ଅଧ୍ୟକ୍ଷାଙ୍କ ବିପକ୍ଷରେ ପଡିଥିଲା।କିନ୍ତୁ ଧାରା ୫୪ଅନୂସାରେ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କରିବାର ଅଧିକାର କେବଳ ରାଜ୍ୟସରକାରଙ୍କ ଅଛି ତେଣୁ ଅଧ୍ୟକ୍ଷା ଭୋଟ ଗ୍ରହଣରେ ହାରିଥିଲେ ମଧ୍ୟ ତାଙ୍କ ପଦ କାଏମ ଥିବା ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ଏବଂ ସମସ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଇଦିଆଯିବ।ଏହି ଭୋଟ ବୈଠକରେ ଅଧ୍ୟକ୍ଷା ମମତା ବେହେରା ଅନୁପସ୍ଥିତ ଥିଲେ।ବୈଠକରେ ବାଲିଗୁଡା ଏନ୍ଏସି କାଯ୍ୟନିର୍ବାହି ଅଧିକାରୀ ଜୟଦେବ ଷଡଙ୍ଗୀ,ଡେପୁଟି କଲେକ୍ଟର ହଳଧର ନାୟକ,ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ଉପସ୍ଥିତ ଥିଲେ।ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଏକ ପ୍ଳାଟୁନ ପୋଲିସ ଫୋର୍ସ ସହିତ ଆଇଆଇସି ଉପସ୍ଥିତ ଥିଲେ। ଅନାସ୍ଥା ପ୍ରସ୍ତାବ ଆଣିଥିବା କାଉନସିଲର ମାନେ ତାଙ୍କରି ଜିତାପଟ ହୋଇଥିବା ପ୍ରକାଶ କରିଛନ୍ତୀ।ଏବେ ଅପେକ୍ଷା କେବେ ରାଜ୍ୟସରକାର ଅଧ୍ୟକ୍ଷାଙ୍କ ପଦକୁ ରଦ୍ଦ କରିବାକୁ ବିଜ୍ଞପ୍ତି ପ୍ରକାଶ କରୁଛନ୍ତି।