ବାଲିଗୁଡା ପୋଲିସ ହାତରେ ୭ଜୁଆଡି

0

(ପଦ୍ମନାଭ ପ୍ରାଣିଗ୍ରାହୀ)କନ୍ଧମାଳ: କନ୍ଧମାଳ ଜିଲ୍ଲାର ବହୁ ସ୍ଥାନରେ ଜୁଆ ଆଡା ଚାଲିଥିବା ବେଳେ ଏହା ପୋଲିସର ନିଦ ହଜେଇ ଦେଇଛି । ଗତ ମାସରେ ଫୁଲବାଣୀ ଟାଉନର ଜଣେ ଆଡଭୋକେଟଙ୍କ ଘରେ ଚଢାଉ କରି ପୋଲିସ କିଛି ଜୁଆଡିକୁ ଗିରଫ କରିଥିଲା । ମାସେ ନ ପୁରୁଣୁ ଗତକାଲି ବାଲିଗୁଡା ପୋଲିସ ଚଢାଉ କରି ସାତଜଣ ଜୁଆଡିକୁ ଗିରାଫ କରି କୋର୍ଟ ଚାଲଣ କରିଥିବା ପ୍ରକାଶ କରିଛି ।ଏହି ଜୁଆ ଆଡା ବାଲିଗୁଡା ପଣସ ପଡି ଓ କନ୍ଧସାହିରେ ଚାଲିଥିବା ପୋଲିସ ଖବର ପାଇ ଚଢାଉ କରି ସାତ ଜଣ ଜୁଆଡିକୁ ଗିରଫ କରିବା ସହିତ ଜୁଆରେ ବ୍ୟବହାର ଟରିପାଲ,ଡିବିରି ,ଟଙ୍କା ଜବତ କରିଥିବା ବାଲିଗୁଡା ଆଇଆଇସି ପ୍ରକାଶ କରିଛି ।କେସନଂ ୧୫୪/୨୦୧୯ ୧୫୫/୧୯ ଅଣ୍ଡର ସେକ୍ସନ୩୦ପି ଆକ୍ଟରେ କେସ ରୁଜ ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।