ବାଲୁକାକଳା ମାଧ୍ୟମରେ ହୋଲିର ଶୁଭେଚ୍ଛା

0

( ପୁରୀ / ଜୟନ୍ତ କୁମାର ସେଠୀ): ରଙ୍ଗର ପର୍ବ ହୋଲି । ପଲ୍ଲୀ ଠାରୁ ସହର ଉତ୍ସବ ମୁଖର । ପୌରାଣିକ ତଥ୍ୟ ଅନୁସାରେ ଦୋଳପୂର୍ଣ୍ଣିମାରେ ପ୍ରଭୁ ଶ୍ରୀ କୃଷ୍ଣ ମାତା ରାଧାଙ୍କ ସହିତ ରଙ୍ଗ ଖେଳିଥିଲେ। ସେହିପରି ପୁରୀ ଲାଇଟ୍ ହାଉସ ବେଳାଭୂମିରେ ବଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ମାନସ କୁମାର ସାହୁ ହୋଲିର ଶୁଭେଚ୍ଛା ବାର୍ତ୍ତା ଜଣାଇବା ସହ ସଚେତନର ବାର୍ତ୍ତା ଜଣାଇଛନ୍ତି । କୈଣସି ରାସାୟନିକ ରଙ୍ଗ ବ୍ୟବହାର ନକରି ପ୍ରାକୃତିକ ରଙ୍ଗ ବ୍ୟବହାର କରି ହୋଲିର ପ୍ରକୃତ ଆନନ୍ଦ ଉପଭୋଗ କରନ୍ତୁ। ଏହି ବାଲୁକାକଳା ଶିଳ୍ପୀ ଟି ୧୫ ଟନ୍ ବାଲି ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଓ ୮ ଘଣ୍ଟା ସମୟ ବିନିଯୋଗ କରି ଏହି ବାଲୁକା କଳା ତିଆରି କରିଥିଲେ।