(ଜୟନ୍ତ କୁମାର ସେଠୀ / ପୁରୀ): ଆଜି ପବିତ୍ର ଦୀପାବଳି। ଏହି ଉତ୍ସଵକୁ ସାରା ଦେଶରେ ବେଶ ଯାକ ଯମକରେ ପାଳନ କରନ୍ତି ଦେଶବାସୀ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବକୁ ପାଳନ କରି ଭାଇଚାରାର ବାର୍ତା ଦେଇଥାନ୍ତି। ଏହି ବିଶେଷ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ଏ ନେଇ ଏକ ସୁନ୍ଦର ବଲୁକା ଚିତ୍ର କଳାଟିଏ ଗଢି ଦୀପାବଳୀର ଅଭିନନ୍ଦନ ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ।