ବାଲେଶ୍ୱର ଯୁବତୀ ଆତ୍ମହତ୍ୟା ମାମଲାକୁ ନିନ୍ଦା କଲେ ବିଜେପି ନେତା ପ୍ରଦୀପ

0

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଝିଅ ମାନଙ୍କ ପାଇଁ ହେଉଥିବା ହଷ୍ଟେଲରେ ସରକାର କଡ଼ା ଆଇନ ତିଆରି କରନ୍ତୁ । ଗତକାଲି ଘର ଭଡ଼ା ପାଇଁ ଜଣେ ଯୁବତୀ ବାଲେଶ୍ୱରରେ ଆତ୍ମହତ୍ୟା କରିଛନ୍ତି । ଏନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଘର ମାଲିକ ତାଙ୍କୁ ବାରମ୍ବାର ଘର ଭଡ଼ା ବଢେଇବାକୁ ବାଧ୍ୟ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା । ଯେଉଁଥି ପାଇଁ ସେ ଆତ୍ମହତ୍ୟା କରିଥିଲେ ।
ଆଜି ଏନେଇ ଲୋକସେବା ଭବନ ଠାରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି । ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଗତକାଲି ଯେଉଁ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ସେ ନେଇ ସରକାର ଭିଜିଲାନ୍ସ ତଦନ୍ତ କରିବା ନିହାତି ଦରକାର ।