ବାୟୁସେନା ବିମାନ ଦୁର୍ଘଟଣା ଗ୍ରସ୍ତ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ବାୟୁ ସେନାର ଏକ ଯୁଦ୍ଧ ଜାହାଜ ଜାଗୁଆର ଦୁର୍ଘଟଣା ଗ୍ରସ୍ତ ହୋଇଛି । ତେବେ ଏଥିରେ ପାଇଲଟ ସୁରକ୍ଷିତ ଅଛନ୍ତି ।
ସୂଚନା ଅନୁଯାୟୀ, ଗୋରଖପୁରରୁ ଆଜି ଦ୍ୱିପହର ସମୟରେ ଜାଗୁଆର ଯାତ୍ରା ଆରମ୍ଭ କରିଥିଲା । କିନ୍ତୁ କୌଣସି କାରଣରୁ କୁଶିନଗର ଉପରେ ଉଡିଥିବା ବେଳେ ତଳକୁ ଖସି ପଡିଥିଲା । ତେବେ ପାଇଲଟ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ବିମାନରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ । ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ ।
ତାଲିମ କାଳରେ ଏହି ଦୁର୍ଘଟଣା ଘଟିଛି । ଗତ ଜୁନ ମାସରେ ଏପରି ଏକ ତାଲିମ କାଳୀନ ଦୁର୍ଘଟଣାରେ ପାଇଲଟ ସଞ୍ଜୟ ଚୌହାନଙ୍କ ମୃତ୍ୟୁ ହୋଇଥିଲା ।