‘ବିଗ-ବସ-୧୩’ରେ ଭାଗ ନେବେ ଅଙ୍କିତା ଓ ଦେବୋଲୀନା

(ମମତା ସାମଲ)ରିପୋର୍ଟସଟୁଡେ: ୨୯ ସେପ୍ଟେମ୍ବରରୁ କଲର୍ସ ଟିଭିରେ ଆରମ୍ଭ ହେବାକୁ ଥିବା ‘ବିଗ ବସ-୧୩’ରେ ଅଙ୍କିତା ଲୋଖଣ୍ଡେ ଓ ଦେବୋଲୀନା ଭଟ୍ଟାଚାର୍ଯ୍ୟଙ୍କ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଶୋ ପାଇଁ ଅଙ୍କିତା ଓ ଦେବୋଲୀନାଙ୍କ ସହ ଆଲୋଚନା କରାଯାଇଛି । ମାତ୍ର ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।
ସୂଚନାଯୋଗ୍ୟ, ଗତବର୍ଷ ଦୀପିକା କକ୍କଡ଼ ଏହି ଶୋ’ର ବିଜେତା ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୯ ତାରିଖରେ ଏହି ଶୋ’ ଆରମ୍ଭ ହେବାକୁ ଥିବା ବେଳେ ଏହାର ଗ୍ରାଣ୍ଡ ଫିନାଲେ ଆସନ୍ତା ବର୍ଷ ଜାନୁଆରୀ ମାସରେ ହେବ। ଟିଆରପି ବୃଦ୍ଧି ପାଇଁ ଏଥର ‘ବିଗ୍ ବସ୍-୧୩’ରେ ଅନେକ ପରିବର୍ତ୍ତନ ମଧ୍ୟ କରାଯିବ।