(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟରେ କରାଯାଉଥିବା ବିଚାରପତି ନିଯୁକ୍ତିରେ ‘ଆତ୍ମୀୟବାଦ ଏବଂ ଜାତିବାଦ ଚାଲିଛି ବୋଲି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ଆହ୍ଲାବାଦ ହାଇକୋର୍ଟର ବିଚାରପତି ରଙ୍ଗନାଥ ପାଣ୍ଡେ।
ସେ ହିନ୍ଦୀରେ ଲେଖିଛନ୍ତି, ଦୁଃଖର ବିଷୟ, ଭାରତର ବିଚାର ବ୍ୟବସ୍ଥା ଆତ୍ମୀୟବାଦ ଏବଂ ଜାତିବାଦ ଦ୍ୱାରା ଖୁବ୍ ପ୍ରଭାବିତ। ବିଚାରପତିମାନଙ୍କ ପରିବାରର ହୋଇଥିଲେ ପରବର୍ତ୍ତୀ ବିଚାପତି ହେବାକୁ ତାଙ୍କ ପାଳି ନିଶ୍ଚିତ ପଡ଼ିବ। ସେ ଆହୁରି କହିଛନ୍ତି ଯେ ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟରେ ବିଚାରପତି ନିଯୁକ୍ତି ନମନ୍ତେ କୌଣସି ଧାରା ନାହିଁ। ସମ୍ପ୍ରତି ପ୍ରଚଳିତ ଧାରା ଆତ୍ମୀୟବାଦ ଏବଂ ଜାତିବାଦ ଆଧାରିତ।
କପେ ଚା ପିଆଯାଇ ବରିଷ୍ଠ ବିଚାରପତିମାନେ ରୁଦ୍ଧ ଦ୍ୱାର ବୈଠକରେ ହାଇକୋର୍ଟ ଏବଂ ସୁପ୍ରିମ୍ କୋର୍ଟ ବିଚାରପତିଙ୍କୁ ଚୟନ କରାଯାଉଛି ବୋଲି ସେ ଲେଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ଗୋପନରେ କରାଯାଉଛି। ସବୁ ସରିବା ପରେ ହିଁ ଯାଇ ସର୍ବସାଧାରଣରେ ବିଚାର ପତିଙ୍କ ନାମ ଘୋଷଣା କରାଯାଉଛି।