ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ସଫେଇ କାର୍ୟ୍ୟକ୍ରମ

0

(ଜୟନ୍ତ କୁମାର ସେଠୀ)ଗୋପ: ବିଶ୍ବ ପ୍ରସିଦ୍ଧ କୋଣାର୍କ ଚନ୍ଦ୍ରଭାଗା ମାଘ ମେଳା ପରେ ଚନ୍ଦ୍ରଭାଗାର ମେଳାପଡିଆ, ବେଳାଭୂମି ଅଞ୍ଚଳରେ କୁଡ କୁଡ ଅଳିଆ ଆବର୍ଜନ ପଡିରହିଥିବା ଦେଖି ଭୁବନେଶ୍ୱରର ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ସଫେଇ କରାଯାଇଥିଲା । ଏହି ସଫେଇ କାର୍ୟ୍ୟକ୍ରମରେ କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ରନାଥ ବାହୀନିପତି ଯୋଗ ଦେଇ ସ୍ୱେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ବିଚିତ୍ର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ସଫେଇ କାର୍ୟ୍ୟକ୍ରମରେ ଫାଉଣ୍ଡେସନର ସମ୍ପାଦକ ବିଚିତ୍ର ମହାପାତ୍ରଙ୍କ ସମେତ ୨୦ଜଣ ସଦସ୍ୟ ଯୋଗ ଦେଇ ଚନ୍ଦ୍ରଭାଗା ମେଳା ପଡିଆ, ବେଳାଭୂମୀ ଓ ବଜାର ଅଞ୍ଚଳରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫେଇ କରିଥିଲେ ।