(ଜ୍ୟୋତିରଂଜନ ଧର/ କଣିହାଁ): ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଆନୁକୂଲ୍ୟରେ କଣିହାଁ ବ୍ଲକ ବିଜିଗୋଳ ସେବା ସମବାୟ ସମିତି ପକ୍ଷରୁ ଚଳିତ୨୦୧୯-୨୦ ଖରିଫ ଧାନ କ୍ରୟ ନିମନ୍ତେ ଆଜି ଧାନ ମଣ୍ଡି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ବିଜିଗୋଳ ସେବା ସମବାୟ ସମିତିର ସଭାପତି ବିଶିକେଶନ ମହାନ୍ତିଙ୍କ ସଭାପତିତ୍ୱରେ କଣିହାଁ ଏୟୁସିସି ଶାଖା ମୂଖ୍ୟ ଲମ୍ବୋଦର ପ୍ରଧାନ ଓ ସୁପରଭାଇଜର ବନମାଳି ମହାପାତ୍ର, ବରିଷ୍ଠ ଚାଷି ତଥା ଏନଟିପିସି ବଣିକ ସଂଘ ସଭାପତି ଶଶାଙ୍ଗ ଶେଖର ପାଣି ପ୍ରମୁଖ ସମ୍ମାନୀତ ଅତିଥି ଯୋଗ ଦେଇ ଧାନ କ୍ରୟ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଶୁଭାରମ୍ଭ ଅବସରରେ ୧୭ ଜଣ ଚାଷିଙ୍କ ଠାରୁ ୭ଶହ କୁଇଣ୍ଟାଲ ଧାନ ସଂଗୃହିତ ହୋଇଥିଲା । ପ୍ରତ୍ୟେକ ସପ୍ତାହର ସୋମବାର ଓ ମଙ୍ଗଳବାର ଧାନ ସଂଗୃହିତ ହେବ ବୋଲି କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଏସସିଏସ ସମ୍ପାଦକ ସୁମନ୍ତ କୁମାର ନାଥ,ଚନ୍ଦ୍ରଶେଖର ପାଣି, ଭିମଶେନ ମହାପାତ୍ର, ଲମ୍ବୋଦର ପ୍ରଧାନ, ବାଉରୀ ପରିଡା ପ୍ରମୁଖ ସମିତି ନିର୍ନ୍ଦେଶକ କର୍ମଚାରୀ ଅନିଲ କୁମାର ପାଣି ଓ ତଥାଗତ ସାହୁ ସହଯୋଗ କରିଥିବା ବେଳେ ଜୟ କୃଷ୍ଣ ନନ୍ଦ, ପଚାଂନନ୍ନ ସାହୁ, ଅରବିନ୍ଦ ସାହୁ, ଜିତେଶ୍ କୁମାର ଧର, ପ୍ରଶ୍ନ ଦେହୁରୀ, ବିଜୟ କୁମାର ନାଏକ, ସନ୍ତୋଷ କୁମାର ପ୍ରମୁଖ ଚାଷି ଭାଇ ମାନେ ସାମିଲ ହୋଇଥିଲେ । ଏହି ଅବସରରେ ଚାଷୀ ଭାଇ ମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା ।