ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ୪୦ ଜଣିଆ ଷ୍ଟାର ବିଜେଡି ପାଇଁ ପ୍ରଚାର କରିବେ ।

ନବୀନଙ୍କ ବ୍ୟତୀତ ଅନଙ୍ଗ ଉଦୟ ସିଂହଦେଓ, ପ୍ରସନ୍ନ ଆଚାର୍ଯ୍ୟ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳ ଷ୍ଟାର ପ୍ରଚାରକର ଟ୍ୟାଗ୍ ଦେଇଛି । ସେହିଭଳି ସେଲିବ୍ରିଟି ଭାବେ ରାଜ୍ୟସଭା ସାଂସଦ ଅନୁଭବ ପଟ୍ଟନାୟକ, ଟିକେଟ ରେସରୁ ବାଦ ପଡିଥିବା ସିଦ୍ଧାନ୍ତ ମହାପାତ୍ର, କୁନା ତ୍ରିପାଠୀ, ଆକାଶ ଦାଶ ନାୟକ, ଅରିନ୍ଦମ ରାୟଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।

ସେହିଭଳି ହେଭିୱେଟ ନେତା ଭାବେ ପ୍ରଣବ ପ୍ରକାଶ ଦାଶ, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ସଞ୍ଜୟ ଦାସବର୍ମାଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି । ଏହି ୪୦ ଜଣ ଷ୍ଟାର ପ୍ରଚାରକଙ୍କୁ ନେଇ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ ।