ବିଜେପିରୁ ରାଜ କିଶୋରଙ୍କ ଇସ୍ତଫା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ବିଜେପିର ରାଜ୍ୟ ଉପ ସଭାପତି ରାଜକିଶୋର ଦାସ ଆଜି ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି ।
ରାଜକିଶୋର ମୟୂରଭଞ୍ଜ ଜିଲ୍ଲା ମୋରନା ବିଧାନସଭା ଆସନରୁ ଲଢିବାକୁ ଚାହୁଁଥିଲେ । ଜିଲ୍ଲାର ଅନ୍ୟ ସମସ୍ତ ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲେ ମଧ୍ୟ ଏଯାବତ୍ ମୋରନାରୁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇନାହିଁ । ଏଥିରେ ଅସନ୍ତୋଷ ହୋଇ ରାଜକିଶୋର ଇସ୍ତଫା ଦେଇଛନ୍ତି । ମୋରନାରୁ ସେ ୩ ଥର ଲଢିସାରିଛନ୍ତି । ବିଜେପିରୁ ଇସ୍ତଫା ଦେବା ପରେ ସେ ବିଜେଡିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ହେଉଛି ।