(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାରା ଅଲମ୍ପିୟାନ ଦୀପା ମଲ୍ଲିକ ଏବଂ ଇନେଲୋର ଭାରତୀୟ ଜାତୀୟ ଲୋକଦଳ ବିଧାୟକ ଥିବା କେହର ସିଂହ ରାୱତ ବିଜେପିରେ ସାମିଲ ହୋଇଛନ୍ତି । ହରିୟାଣା ରାଜ୍ୟ ପ୍ରଭାରୀ ଡଃ ଅନିଲ ଜୈନ ଏବଂ ପାର୍ଟିର ହରିୟାଣା ପ୍ରଦେଶ ଅଧ୍ୟକ୍ଷ ସୁଭାଷ ବରାଳଙ୍କ ଉପସ୍ଥ୍ିତିରେ ଏହି ଦୁଇ ଜଣ ବିଜେପିରେ ସାମିଲ ହୋଇଛନ୍ତି । ଦିଲ୍ଲୀ ବିଜେପି ମୁଖ୍ୟ କାର୍ୟ୍ୟାଳୟରେ ସନ୍ଧ୍ୟା ୪ଟାରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି ।