ବିଜେପିରେ ଯୋଗଦେଲେ ପୂର୍ବତନ ଆଇପିଏସ ଅଫିସର

0

ଚେନ୍ନାଇ: କର୍ଣ୍ଣାଟକର ପୂର୍ବତନ ଆଇପିଏସ୍‍ ଅଫିସର ଆନ୍ନାମଲାଇ କୁପୁସ୍ୱାମୀ ତାମିଲନାଡୁ ବିଜେପିରେ ଯୋଗଦେଇଛନ୍ତି। ସିଙ୍ଘମ ପୁଲିସ ଅଫିସର ଭାବେ ଆନ୍ନାମଲାଇ ଭାବେ ପରିଚିତ । ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଏଲ୍‍ ମୁରୁଗାନ ଓ ଜାତୀୟ ସାଧାରଣ ସମ୍ପାଦକ ପି ମୂରଲୀଧର ରାଓଙ୍କ ଉପସ୍ଥିତିରେ ଆନ୍ନାମଲାଇ ବିଜେପିରେ ଯୋଗ ଦେଇଛନ୍ତି। ତାମିଲନାଡୁ କାରୁର ଜିଲାର ବାସିନ୍ଦା କର୍ଣ୍ଣାଟକ କ୍ୟାଡର ଆଇପିଏସ୍‍ ଭାବେ ଚାକିରି କରିଥିଲେ। ସେ ଦକ୍ଷିଣ ବେଙ୍ଗାଲୁରୁର ଡିସିପି ଏବଂ ଉଡୁପି ଓ ଚିକମାଗାଲୁର ଜିଲା ଏସପି ଭାବେ କାର୍ୟ୍ୟ କରିଥିଲେ। ୨୦୧୯ରେ ସେ ଚାକିରି ଛାଡିଦେଇଥିଲେ। ନିଜ ସହରରେ ଚାଷ କାର୍ୟ୍ୟ କରିବା ସହିତ ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଲାଗି ଏକ ସଂଗଠନ ଚଳାଇଛନ୍ତି ଆନ୍ନାମଲାଇ ।