(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି ରାଜ୍ୟ କାଉନସିଲ ମେମ୍ବର ପାଇଁ ନୋମିନେସନ ପ୍ରକ୍ରିୟା ୧୪୬ଜଣ ମେମ୍ବରଙ୍କ ପାଇଁ ହେଉଛି ଏହି ପ୍ରକ୍ରିୟା । ଯେଉଁମାନେ କି ରାଜ୍ୟ ବିଜେପି ସଭାପତି ପାଇଁ ହେବେ ଭୋଟର । ପୂର୍ବରୁ ୩୪ଟି ଜିଲ୍ଲା ପାଇଁ ବିଜେପି ଘୋଷଣା କରିସାରିଛି ଜିଲ୍ଲା ସଭାପତିଙ୍କ ନାମ । ୨୫,୭୫୯ ବୁଥ ଓ ୮୫୦ରୁ ଉଦ୍ଧ୍ୱର୍ ମଣ୍ଡଳୀରେ ସରିଛି ନିର୍ବାଚନୀ ପ୍ରକ୍ରିୟା । ଏହି ନିର୍ବାଚନ ପ୍ରକ୍ରିୟା ସରିବା ପରେ ଆସନ୍ତାକାଲି ସୁଦ୍ଧା କେନ୍ଦ୍ରକୁ ଦିଆଯିବ ରିପୋର୍ଟ । ୭ଦିନ ମଧ୍ୟରେ କେନ୍ଦ୍ରୀୟ ନେତୃତ୍ୱ ଗସ୍ତ କରି ରାଜ୍ୟ ସଭାପତି ପାଇଁ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟ । ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଓ କଳାହାଣ୍ଡି ପାଇଁ ଘୋଷଣା ହୋଇପାରିନାହିଁ ସଭାପତିଙ୍କ ନାମ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦିପ୍ତ ରାୟ ।