ବିଜେପିର ସଂଗଠନ ପର୍ବ ସଦସ୍ୟତା ଅଭିଯାନ

0

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟ ଠାରେ ବିଜେପିର ‘ସଂଗଠନ ପର୍ବ ସଦସ୍ୟତା ଅଭିଯାନ ୨୦୧୯’ ଅନୁଯାୟୀ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟର ୨ ଲକ୍ଷ ଚାଷୀଙ୍କୁ ନୂତନ ସଦସ୍ୟତା ପ୍ରଦାନ କରାଯିବ ବୋଲି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି କହିଛନ୍ତି ।
ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡ଼.ଶମ୍ଭୁ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ ଚାଷୀ ଓ ଚାଷ ସହ ଯୋଡ଼ି ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସଦସ୍ୟତା ଗ୍ରହଣ କରିବା ପାଇଁ ସେ କହିଛନ୍ତି ।
ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚାର ପ୍ରଭାରୀ ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଚାଷୀଙ୍କୁ ଅବଗତ କରାଇ ବୁଥ ସ୍ତରରେ ସେମାନଙ୍କୁ ଦଳ ସହ ଯୋଡ଼ିବା ପାଇଁ ମତ ଦେଇଥିଲେ ।
ଏହି ବୈଠକରେ କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳ,ବିଜେପି ରାଜ୍ୟ ସଦସ୍ୟତା ପ୍ରଭାରୀ ଶ୍ରୀ ଅନନ୍ତ ନାୟକ, ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ କୃଷ୍ଣ ଜଗଦେବଙ୍କ ବ୍ୟତୀତ ବିଜେପିର ପ୍ରମୁଖ ନେତା ମାନେ ଯୋଗ ଦେଇଥିଲେ ।