(ଅନୁସ୍ୱୟା)ଭୁବନେଶ୍ୱର: ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରୁ ଏକ ବଡ଼ ଶୋଭାଯାତ୍ରାରେ ବାହାରି ବିଜେପି କାର୍ୟ୍ୟାଳୟରେ ପହଞ୍ଚିଛି । ବିଜେପି ମୁଖ୍ୟାଳୟରେ ଜେଟଲୀଙ୍କ ଅନ୍ତିମ ଦର୍ଶନ ପାଇଁ ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ବହୁ ବରିଷ୍ଠ ନେତାଙ୍କ ଭିଡ ଦେଖିବାକୁ ମିଳିଛି ।
ଜେଟଲୀଙ୍କ ବିୟୋଗରେ ସବୁ ଦଳର ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସମେତ ସବୁ ଦଳର ନେତା, ଅଭିନେତା, କ୍ରିକେଟର ଓ ଅନେକ ଶୁଭେଚ୍ଛୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ।ରାଜନାଥ ସିଂହ, ନିର୍ମଳା ସୀତାରମଣ, ପୀୟୁଷ ଗୋୟଲ, ହର୍ଷବର୍ଦ୍ଧନ, ଜିତେନ୍ଦ୍ର ସିଂହ, ଲାଲକୃଷ୍ଣ ଆଡଭାଣୀ, ଜେପି ନଡା ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ଅରୁଣ ଜେଟଲୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଶାହା ଟ୍ୱିଟ କରି ଜେଟଲୀଙ୍କ ଜୀବନ ଯାତ୍ରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।