ବିଜେପୁର ପାଇଁ କଂଗ୍ରେସର କସରତ

0

(ହର ପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ବିଜେପୁର ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ବିଜେପୁର ବିଜୟ ପାଇଁ ଆଜିଠାରୁ କସରତ ଆରମ୍ଭ କରିଛି କଂଗ୍ରେସ । ଏଥିପାଇଁ କଂଗ୍ରେସ ଭବନଠାରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିସିସି ସଭାପତିଙ୍କ ସମେତ ସମସ୍ତ ବିଧାୟ ସାମିଲ ଅଛନ୍ତି । ବିଜେପୁର ନିର୍ବାଚନ ମଣ୍ଡଳୀରେ ସଂଗଠନର ସ୍ଥିତି କିପରି ରହିଛି ଏବଂ ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ପ୍ରକାର ଆଲୋଚନା ହୋଇଛି ।
ଓଡିଶାରେ ଲୋକସଭା ଓ ବିଧାନସଭାରେ ପରାଜୟ ପରେ ବିଜେପୁର ଉପରେ କଂଗ୍ରେସର ଫୋକସ । ତେଣୁ ଏଥର ଉପ-ନିର୍ବାଚନରେ ଜଣେ ଦକ୍ଷ ପ୍ରାର୍ଥୀକୁ ମଇଦାନକୁ ଓହ୍ଲାଇ ପରେ କଂଗ୍ରେସ । ଗତ ନିର୍ବାଚନରେ ଦଳ ପୂର୍ବତନମନ୍ତ୍ରୀ ରିପୁନାଥ ସେଠ୍ ଙ୍କୁ ମଇଦାନକୁ ଓହ୍ଲାଇଥିଲେ । ତେଣୁ ସ୍ଥାନୀୟ ନେତାଙ୍କୁ ଟିକେଟ ଦେବେ ନା ବାହାରୁ ପ୍ରାର୍ଥୀ ଆମଦାନୀ କରିବେ ତାହା ବଡ ପ୍ରଶ୍ନ ସୃଷ୍ଟି କରିଛି । ତେଣୁ ଆଜିର ବୈଠକରେ ରୋଡ ଆପ୍ ପ୍ରସ୍ତୁତ ହୋଇପାରେ ।
ସୂଚନାମୁତାବକ, ୨୦୧୮ ଉପନିର୍ବାଚନ ,୨୦୧୯ରେ ସାଧାରଣ ନିର୍ବାଚନ । ଏବେ ବିଜେପିରେ ପୁଣି ଏକ ଉପନିର୍ବାଚନ ହେବାକୁ ଯାଉଛି । ଦେଢ ବର୍ଷ ମଧ୍ୟରେ ତୃତୀୟଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଭୋଟ ଦେଇ ନେତା ବାଛି ବିଜେପୁର ବାସୀ ।