(ସନ୍ତୋସ କୁମାର ଲମ୍ବଟା)ରାୟଗଡା: ରାୟଗଡା କଲ୍ୟାଣସିଂହପୁର ବ୍ଲକ୍ ସିମାନ୍ତ କଳାହାଣ୍ଡି ଜିଲ୍ଲା ଲାଞ୍ଚିଗଡ ବ୍ଲକ୍ ସିଆରପିଏଫ୍ କ୍ୟାମ୍ପ୍ ପକ୍ଷରୁ ସଚେତନତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ସିଆରପିଏଫ୍ ୪ର୍ଥ ବାଟାଲିଆନ୍ କମାଣ୍ଡେଣ୍ଟ୍ ନିର୍ଦ୍ଧେଶକ୍ରମେ ବିଜେପୁରରେ ଥିବା ଏଫ୍ ୪ର୍ଥ ସିଆରପିଏଫ୍ ବାଟାଲିୟନ୍ ପକ୍ଷରୁ ସଚେତନତା କରାଯାଇଛି । ବିଜେପୁର ସିଆରପିଏଫ୍ ଦ୍ୱିତୀୟ କମାଣ୍ଡେଣ୍ଟ୍ ସୁଶିଳ ଠାକୁର, ସହାୟକ ଅଧିକାରି ସଞ୍ଜୟ କୁମାର, ଥାନା ପ୍ରଭାରୀ ପ୍ରଶାନ୍ତ କୁମାର କୋଲହାର ଅତୀଥି ଭାବେ ଯୋଗ ଦେଇ ଲୋକଙ୍କୁ ସଚେତନତା କରାଯାଇଛି । ଆଜି ବୁଧବାର ହାଟପଦା ଚାଲୁଥିବା ବେଳେ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି । ଉପସ୍ଥିତ ଜନସାଧାରଣଙ୍କୁ ସିଆରପିଏଫ୍ରେ ଭର୍ତ୍ତି ହେବା ପାଇଁ କହିବା ସହ ଜଙ୍ଗଲରେ ନିଅାଁ ନ ଲଗାଇବ,ଜଙ୍ଗଲ ପାଣିକୁ ପ୍ରଦୂଶଣ ମୁକ୍ତ କରିବା ପାଇଁ କୃପୟା ଜଙ୍ଗଲ ସୁରକ୍ଷିତ ରଖିବା । ଜଳ ହିଁ ଜୀବନ ତାକୁ ବଞ୍ଚାଇବା ଆମର ଦାୟିତ୍ୱ ତାହାକୁ ବଞ୍ଚାଇ ଭାରତକୁ ଶ୍ରେଷ୍ଠ ଭାବରେ ତୋଳିବା । ଅଞ୍ଚଳର ସୁରକ୍ଷା ଶିକ୍ଷା, ବିକାଶ ପାଇଁ ବିଜେପୁର ସିଆରପିଏଫ୍ କ୍ୟାମ୍ପ୍ ଗଡିଉଠିଛି । କ୍ୟାମ୍ପ୍ ପକ୍ଷରୁ ଭଲିବଲ୍, କ୍ରିକେଟ୍ ପ୍ରତିଯୋଗିତା କରି ସମ୍ପର୍କ ରଖି ସୁସ୍ଥ ସମାଜ ନିର୍ମାଣ କରିବା ପାଇଁ କୁହାଯାଇଛି ଏବଂ ପ୍ରତ୍ୟେକ ସମୟରେ ସିଆରପିଏଫ୍ କ୍ୟାମ୍ପ୍ ସହ ସମ୍ପର୍କ ରଖବା ସହ ତାହା ବିଷୟରେ ବୁଝିବା ପାଇଁ କୁହାଯାଇଛି । ଏଥର ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହିଥିଲେ ।