ବିଜେଡ଼ିର ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା

0

(ଆଦର୍ଶ ରାଉତ)ଭୁବନେଶ୍ୱର: ଆସନ୍ତାକାଲି ବିଜେଡ଼ିର ପ୍ରତିଷ୍ଠା ଦିବସ । ବିଜେଡ଼ିକୁ ୨୨ ପୂରି ୨୩ ଚାଲିବ । ଏନେଇ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳର ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ବସିବ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ । ସୂର୍ଯ୍ୟପରାଗ ପାଇଁ ପ୍ରତିଷ୍ଠା ଦିବସ ଅପରାହ୍ନ ସାଢେ ୪ଟାରେ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ବିଜେଡ଼ି ସଦସ୍ୟତା ସଂଗ୍ରହ କୋଟିଏ ପହଞ୍ଚିଛି । ଏହା ସହ କର୍ମୀଙ୍କ ଆକ୍ଳାନ୍ତ ପରିଶ୍ରମ ପାଇଁ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । ସେଥିପାଇଁ କର୍ମୀଙ୍କ ପାଇଁ ଏଥର ବୀମା ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ସହିତ ଓଡ଼ିଶାବାସୀଙ୍କ ବିକାଶ ପାଇଁ କାମ କରିବାକୁ କର୍ମୀଙ୍କ ଶପଥ ପାଠ କରାଇବେ ନବୀନ । ଏହା ସହିତ ବିଜେଡ଼ି ସୋସିଆଲ ୱିଙ୍ଗ ଘୋଷଣା କରିପାରନ୍ତି ନବୀନ ।