(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହୁଲଡିହାଡାକ ବଙ୍ଗଳା ଠାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା।ଏହି ସଦସ୍ୟ ସଂଗ୍ରହ ଅଭିଯାନ କୁ ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି ଶୁଭାରମ୍ଭ କରିଥିଲେ।ଏହି ସଦସ୍ୟ ସଂଗ୍ରହ ଅଭିଯାନ ରେ ୪୧(ଏକ ଚାଳିଶ)ଟି ପଞ୍ଚାୟତ ର କର୍ମକର୍ତ୍ତା, ସରପଞ୍ଚ, ପୂର୍ବତନ ବିଧାୟକ ଶ୍ରୀ ସାଇବା ସୁଶୀଲ କୁମାର ହାସଦା, ସଚିନ ଦାସ, ଓ ବହୁ ପୁରୁଖା ନେତା ଏହି ସଦସ୍ୟ ସଂଗ୍ରହ ଅଭିଯାନ ରେ ସାମିଲ ହୋଇଥିଲେ।ରାଜସ୍ବ ମନ୍ତ୍ରୀ ତାଙ୍କ ଅଭିଭାଷଣ କହିଥିଲେ ଯେ ନିର୍ବାଚନ ସମୟରେ ଯାହା ସବୁ ଘଟିଥିଲା ସେସବୁ କୁ ଭୁଲି ଏବେ ଆମେ ସମସ୍ତେ ଏକ ମନ ଏକ ପ୍ରାଣ ଦେଇ ବିଜୁ ଜନତା ଦଳ ଓ ଜନସାଧାରଣ ଙ୍କ ପାଇଁ କାମ କରିବା।ତା ସହିତ ଏହି ସଦସ୍ୟ ସଂଗ୍ରହ ଅଭିଯାନ କୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇବା ତାହା ଚେଷ୍ଟା କରିବା ବୋଲି କହିଥିଲେ।ଏହି ସଦସ୍ୟ ସଂଗ୍ରହ ଅଭିଯାନ ରେ ଶହ ଶହ ଲୋକଙ୍କର ସମାଗମ ହୋଇଥିଲା।ରାଜସ୍ବ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରଣ୍ଡୀ ପ୍ରଥମେ ଦୁର୍ଗା ମଣ୍ଡପ ଠାରେ ଥିବା ଓଡ଼ିଶାର ବରପୁତ୍ର ଶ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଥିଲେ।