ବିଜେପି ସରକାରକୁ ପୂରିବ ବର୍ଷେ ; ହାତରେ ମାତ୍ର ରହିଲା ଆଉ ମାସେ

0

ରିପୋର୍ଟର୍ସ ‘ଟୁଡେ ବ୍ୟୁରୋ: ବିଜେପି ସରକାରକୁ ପୂରିବ ବର୍ଷେ । ହାତରେ ମାତ୍ର ରହିଲା ଆଉ ଏକ ମାସ । ବର୍ଷେ ପୁରିଲେ ଓଡିଶାବାସୀଙ୍କୁ ସରକାର ଦେବେ ବର୍ଷକର ହିସାବ । ରହିଯାଇଥିବା ଅଧୁରା କାର୍ଯ୍ୟ କେତେ ସଫଳ ହୋଇଛି ତାର ନକ୍ସା ଦେଖାଇବେ ମୋହନ ସରକାର । ଜନତା ବି ଚାହିଁ ରହିଛନ୍ତି ବିଜେପି ସରକାର କରିଛନ୍ତି କଣ? ଏସବୁ ଟିକିନିକ୍ ତଥ୍ୟ ଦେବାକୁ ଜୋରଦାର ପ୍ରସ୍ତୁତି ହେଲାଣି ବିଜେପି । ଲୋକେ ଜାଣିବେ ସଫଳତା ଆଉ ଆଗକୁ ଏଭଳି ଓଡିଶାରେ ବିଜେପି ସରକାର ଆସିବା ପାଇଁ ନୂଆ ନୂଆ ଯୋଜନା କରିବେ ସରକାର । ଏବେ ୧୧ ମାସର ସରକାର ଓଡିଶାବାସୀଙ୍କ ଠାରୁ କଣ ଅନୁଭୂତି ସାଉଁଟିଛି ,ତାହା ଲୋକଙ୍କ ସାମ୍ନାରେ ବଖାଣିବେ । ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କଣ ପୂରଣ କରିଛନ୍ତି ମୋହନ ସରକାର । ତାହେଲେ ଆସନ୍ତୁ ଜାଣିବା , କଣ ସବୁ ଯୋଜନା କରିଛନ୍ତି ।

୧- କଥା ଦେଇଥିଲେ ବିଜେପି ସରକାର ଆସିବା ପରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା, ଏହାକୁ ପୂରଣ କରିଛନ୍ତି ସରକାର । ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କୁ ମିଳୁଛି ଟଙ୍କା ।
୨- ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ୍ ସହାୟତା
୩- ଶ୍ର୍ରୀମନ୍ଦିର ଚାରିଦ୍ୱାର ଖୋଲିବା
୪- ରତ୍ନଭଣ୍ଡାର ଖୋଲିବା
୫- ଆୟୁଷ୍ମାନ ଯୋଜନା

ତେବେ ଏହିଭଳି ଯୋଜନା ଲାଗୁ କରି ଓଡିଶାବାସୀଙ୍କ ଭରସା ଜିତିଛନ୍ତି ବିଜେପି ସରକାର । ଚିଟ୍ ଫଣ୍ଡ ଫେରାଇବା ସହିତ ଅନ୍ୟାନ୍ୟ କାର୍ଯ୍ୟରେ ସଫଳ ହୋଇଛନ୍ତି ୧୧ ମାସର ସରକାର । ସେପଟେ ଉଭୟ ଅଧିକାରୀ ଓ ମନ୍ତ୍ରୀଙ୍କୁ ବିଭାଗୱାରି ସଫଳତାର ରିପୋର୍ଟକାର୍ଡ ପ୍ରସ୍ତୁତ କରିବାକୁ ଦିଆଯାଇଛି ଟାସ୍କ । ସମାବେଶ ଜରିଆରେ ଏ ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ନୂଆ ସରକାର ଚାଷୀଙ୍କ ଦାବିକୁ ଅଧିକ ଗୁରୁତ୍ବ ଦେଇଥିବାରୁ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପି କୃଷକ ମୋର୍ଚ୍ଚା ମଙ୍ଗଳବାର ଠାରୁ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମ ଆରମ୍ଭ କରିବ । ରାଜ୍ୟର ୧୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବ । ଚାନ୍ଦବାଲିରୁ ଆରମ୍ଭ ହୋଇ ସରିବ ଢେଙ୍କାନାଳରେ ।