ବିଡଲାଙ୍କ ଅଧ୍ୟକ୍ଷତାରେ ସଂସଦ ପରିସର ଝାଡୁ କରିଛନ୍ତି ସାଂସଦଗଣ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଲୋକସଭା ବାଚସ୍ପତି ଓମ ବିଡଲାଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ସଂସଦରେ ସ୍ୱଚ୍ଛତା ଅଭିଯାନ ଚାଲିଛି । ବାଚସ୍ପତି ବିଡଲାଙ୍କ ସହ ଭାରତୀୟ ଜନତା ପାର୍ଟିର ଅନେକ ବରିଷ୍ଠ ମନ୍ତ୍ରୀ ଓ ସାଂସଦ ସଂସଦ ପରିସରରେ ଝାଡୁ ଲଗାଇଛନ୍ତି । ସ୍ୱଚ୍ଛତା ଅଭିଯାନରେ ସକାଳ ୯ଟାରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ହେମାମାଲିନୀ, ପ୍ରମୁଖ ସଂସଦ ପରିସରକୁ ଝାଡୁ ମାରି ସଫା କରିଥିଲେ । ଏସମ୍ପର୍କରେ ବିଜେପି ସାଂସଦ ହେମାମାଲିନୀ କହିଛନ୍ତି, ଏହା ଏକ ପ୍ରଶଂସନୀୟ ପଦକ୍ଷେପ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସଂସଦ ପରିସରରୁ ଏହି ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ ହୋଇଥିଲା । ସେ ମଥୁରା ଫେରିଲେ ସେଠାରେ ମଧ୍ୟ ଏହି ଅଭିଯାନକୁ ଆଗକୁ ବଢାଇବେ ।
ସୂଚନାଯୋଗ୍ୟ, ରାଜସ୍ତାନର କୋଟା ବୁନ୍ଦି ଲୋକସଭା ସିଟରୁ ବିଜେପି ସାଂସଦ ଓମ ବିଡଲା ଜୁନ ୧୯ରେ ଲୋକସଭା ବାଚସ୍ପତି ହୋଇଥିଲେ ।