କନ୍ଧମାଳ / ବନବାସୀ ପ୍ରଧାନ –ଆଜକୁ ପ୍ରାୟ ସାତ ଦିନ ହେବ ବ୍ଲକ ଅଫିସ ଫାଟକ ସମ୍ମଖରେ ବିଡିଓଙ୍କ ବଦଳି ଦାବିକୁ ନେଇ ଅନଶନରେ ବସିଛନ୍ତି ଜନପ୍ରତିନିଧି ।ବାଲିଗୁଡା ବିଡିଓ ନେରଶ ଚନ୍ଦ୍ର ଶବରଙ୍କ କଥା କହିଲେ ନ ସରେ । । ଗତ କିଛି ମାସ ହେଲା ବିଡିଓଙ୍କ ବିରୋଧରେ ବିଭିନ୍ନ ଦୁର୍ନିତୀ ଖବର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ କାଯ୍ୟାନୁଷ୍ଠାନ ଶୂନ ହୋଉଥିବା ବେଳେ କାହା ଛତ୍ରଛାୟା ତଳେ ରହି ବିଡିଓ ମହାଶୟ ଦୁର୍ନିତୀର ଚେର ଲମ୍ବି,ଲମ୍ବି ଯାଉଛି ବୋଲି ଜନସାଧାରଣ ପ୍ରଶ୍ନ ଉଠାଇଲେଣି ଏପଟେ ଅନଶନକୁ ଭଗଂ କରିବାକୁ ବିଡିଓ ଧମକ ଦେଉଥିବା ଅଭିଯୋଗ ହୋଇଛି କିନ୍ତୁ ବିଡିଓଙ୍କ କୈଣସି ଧମକକୁ ଡରିବାର ନାହିଁ ଯେଉଁ ଦିନ ପର୍ୟ୍ୟନ୍ତ ବିଡିଓ ବଦଳି ହୋଇନାହାନ୍ତି ସେତେ ଦିନ ପର୍ୟ୍ୟନ୍ତ ଏହି ଅନସନ ଚାଲିବ ବୋଲି ଅନଶନକରୀ କହିଛନ୍ତି । ଘଟଣା ପ୍ରକାରେ ବିଡିଓ ନରେଶ ଚନ୍ଦ୍ର ଶବର ବାଲିଗୁଡା ବ୍ଳକରେ ବିଭିନ୍ନ ଦୁର୍ନିତୀ,ଭ୍ରଷ୍ଟାଚାର,ଦୁବ୍ୟବହାର ପ୍ରଦର୍ଶନ ଲିପ୍ତ ରହି ମନମୁଖୀ ଶାସନ ଚଳାଇ ଆସୁଥିବା ଅଭିଯୋଗ ହୋଇଛି । ବିଡିଓ ମହାଶୟ କୈଣସି କାମରେ ,ବୈଠକରେ ଅଧ୍ୟକ୍ଷ,ଉପାଧ୍ୟକ୍ଷ,ସମିତି ମେମ୍ବର ମାନଙ୍କୁ ନ ଡାକି ମନମୁଖି କାଯ୍ୟକଳାପ ଚଳାଇଥିବାବେଳେ ଏବେ ବିଡିଓଙ୍କ ଦୁର୍ନିତି ଚରମ ସିମାରେ ପହଁଞ୍ଚିଛି । ଏହାର ପ୍ରତିବାଦରେ ବ୍ଲକ ଅଫିସ ଫାଟକରେ ତାଲା ପକାଇ ବ୍ଲକ ପରିସରରେ ଦାବୀପୂରଣ ନ ହେବା ପର୍ଯ୍ୟନ୍ତ ଅନସନରେ ବସିବାକୁ ନିଷ୍ପତି କରିଛନ୍ତି ଅଧ୍ୟକ୍ଷ , ଉପାଧ୍ୟକ୍ଷ ଓ ସମିତିସଭ୍ୟମାନେ । ବିଡିଓଙ୍କ ବଦଳି ଆଦେଶ ଆସିଥିଲେ ମଧ୍ୟ ବିଡିଓ ଏଠାରୁ ବଦଳି ନହୋଇ ଏଠାରେ କେଉଁ ଉଦେଶ୍ୟରେ ରହିଛନ୍ତି ବୋଲି ମଧ୍ୟ ପ୍ରଶ୍ନକରିଛନ୍ତି ଜନ ପ୍ରତିନିଧି ମାନେ । ତେଣୁ ତୁରନ୍ତ ଏହି ଦୁର୍ନିତି ଗ୍ରସ୍ଥ ,ଅତ୍ୟାଚାରି,ବ୍ୟଭଚାରି ବିଡିଓଙ୍କୁ ଏଠାରୁ ହଟାଯାଇ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବୀ ହୋଇଛି । ତେଣୁ ବିଡିଓଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ବିଡିଓଙ୍କୁ ଏଠାରୁ ତୁରନ୍ତ ହଟାଯାଇ ଭିଜିଲାନସ ତଦନ୍ତ କରାଯିବାକୁ ଜନ ପ୍ରତିନିଧୀ ମାନେ ଦାବି କରିଛନ୍ତି ନଚେତ ଆଗାମି ଦିନରେ ଏହା ଏକ ବଡ ଧରଣର ଜନ ଆନ୍ଦୋଳନ କରାଯିବ ବୋଲି ପ୍ରଶାସନକୁ ଚେତାବନି ଦେଇଥିବା ଜଣାପଡିଛି ।