ବିଦ୍ୟାଳୟ ପରିଚାଳନା କମିଟି ଗଠିତ

(ସୋନପୁର / ଓମ ପ୍ରକାଶ ମିଶ୍ର) ; ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଗଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ କରମଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ନବନିର୍ବାଚିତ କମିଟିର ୧୨ଜଣ ସଭ୍ୟ ସଭ୍ୟାଙ୍କୁ ସ୍ବାଗତ କରାଯାଇଥିଲା। ସର୍ବସମ୍ମତି କ୍ରମେ ବିରେନ୍ଦ୍ର ବିଶ୍ବାଳ ଅଧ୍ୟକ୍ଷ, ନଳିନୀ ସେମେଳିଆଙ୍କୁ ଉପାଧ୍ୟକ୍ଷା ଭାବରେ ମନୋନୀତ କରାଯାଇଥିଲା। ନବ ନିର୍ବାଚିତ ଅଧ୍ୟକ୍ଷ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ୟ୍ୟ କରିବାର ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ଏହି ଐତିହାସିକ ଅନୁଷ୍ଠାନକୁ ରାଜ୍ୟସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତେ ଆଗେଇ ଆସିବେ ବୋଲି ମତ ବ୍ୟକ୍ତ କରିଥିଲେ। ଶେଷରେ ସହାକାରୀ ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।