(ହର ପ୍ରସାଦ ବିଷୋଇ / ଗଞାମ) ; କୋଦଳା ଥାନା ଅନ୍ତର୍ଗତ ମଠସରସିଂ ନିକଟରେ ୧୧ କେଭି ବିଦ୍ୟୁତ ଅବ୍ୟବସ୍ଥା ଖୁଣ୍ଟରେ ଚଢି ସଜାଡୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ଅମୁଲ୍ୟ ରାଉତ(୩୧) । ଘର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରଖମ। ପଂଚାୟତର ଗୁଞ୍ଜବଳା ଗ୍ରାମରେ। ବିଦ୍ୟୁତ ସରବର।ହରେ ତ୍ରୁଟି ଯୋଗୁଁ ସେ ମରାମତି ପାଇଁ ଖୁଣ୍ଟରେ ଚଢିଥିଲେ। ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ତଳେ ପଡିଯିବା ପରେ ତାଙ୍କୁ ତୁରନ୍ତ କୋଦଳା ମେଡିକାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅମୁଲ୍ୟ ଅଳ୍ପ ଦିନ ହେଲା ବିବାହ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସେପଟେ ଅମୁଲ୍ୟଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦିଆଯିବା ଦାବୀରେ କୋଦଳା ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି ଗ୍ରାମବାସୀ । ସେପଟେ କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ ରାସ୍ତା ଅବରୋଧ ସ୍ଥଳରେ ପଂହଁଚି ଶୋକ ସନ୍ତପ୍ତ ପରିବାର କୁ ଭେଟି ସମବେଦନା ଦେବା ସହ ଗ୍ରାମ ବାସୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଆର୍ଥିକ ସହାୟତା ପ୍ରଧାନ କରିଛନ୍ତି । ପ୍ରକାଶ ଥାଉକି ୩ ମାସ ପୂର୍ବେ ହିନ୍ଦୁସ୍ଥାନ ନାମକ ଏକ କମ୍ପାନୀ ଚୁକ୍ତି ଭିତ୍ତିରେ ଏମାନଙ୍କୁ ନିଯୁକ୍ତି ଦେଇଥିଲା। କୋଉ ପରିସ୍ଥିତିରେ ନୂତନ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ଚଢିବା ପାଇଁ କୁହାଯାଇଥିଲା ଓ କିଏ ନିର୍ଦେଶ ଦେଇଥିଲା ତାହା ତଦନ୍ତ ସାପେକ୍ଷ ବୋଲି ଦାବୀ ହୋଇଛି ।