ବିଦ୍ୟୁତ ଫାସରେ ପଡ଼ି ଭଣଜା ମୃତ ମାମୁ ଗୁରୁତର

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ଗତକାଲି ବିନିକା ଥାନା ଅଧିନସ୍ଥ ସିଲାଟି ଗ୍ରାମରେ ବରହା ଶୀକାର ପାଇଁ ପୂର୍ବରୁ ୧୧ କେଭି ବିଦ୍ୟୁତ ତାର ବସା ଯାଇଥିବା ଫାସରେ ପଡି ଭଣଜା ମୃତ ଓ ମାମୁଁ ଗୁରୁତର ହୋଇଛନ୍ତି । ଏହି ଘଟଣା ପ୍ରଚାର ହେବାପରେ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗତକାଲି ସଂନ୍ଧ୍ୟାରେ ଶୌଚ ପାଇଁ ମାମୁଁ ଓ ଭଣଜା ଏକ ବାଇକରେ ଚଉକି ନାଳକୁ ଶୌଚ ପାଇଁ ଯାଉଥିଲେ। ସିଲାଟି ଗାଁର ଏକ ପୋଲ ଅନତିଦୂରରେ ବରହା ମାରିବା ପାଇଁ ବିଛାଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଅଚାନକ ବାଇକଟି ଲାଗିଯିବାରୁ ଉଭୟେ ଛିଟିକି ପଡ଼ିଥିଲେ । ୧୭ ବର୍ଷ ବୟସ୍କ ମୃତ ଭଣଜା ତ୍ରିଲୋଚନ ସାଥୁଆ ବରଗଡ଼ ଜିଲ୍ଳା ଭେଡ଼େନ ଥାନା ସାଲେପାଲି ଗ୍ରାମର ହୋଇଥିବା ବେଳେ ମାମୁଁ ମନୋଜ ବଣିଆ ବିନିକା ଥାନା ସିଲାଟି ଗ୍ରାମର ବୋଲି ଜଣାପଡ଼ିଛି।ଏହି ଘଟଣା ପ୍ରଚାର ହେବାପରେ ଗ୍ରାମବାସୀ ସଙ୍କଟାପନ୍ନ ଉଭୟକୁ ମଟରସାଇକେଲରେ ବିନିକା ଡ଼ାକ୍ତର ଖାନାକୁ ଆଣିଥିଲେ । ବିନିକା ଡ଼ାକ୍ତର ଖାନାରେ ଭଣଜା ତ୍ରିଲୋଚନକୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।
ମାମୁଁ ମନୋଜ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ତ୍ରିଲୋଚନା କିଛି ଦିନ ହେବ ମାମୁଁ ଘର ସିଲାଟିକୁ ନିଜ ଗ୍ରାମରୁ ବୁଲିବାକୁ ଆସିଥିଲେ । ଏହି ଘଟଣା ପ୍ରଚାର ହେବାପରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ବିନିକା ଅଞ୍ଚଳରେ ବରହା ଶିକାରୀ ଦିର୍ଘବର୍ଷ ହେବ ମାତିଥିବା ଜନସାଧାରଣ ଅଭିଯୋଗ କରି ଆସୁଛନ୍ତି ।ପୁର୍ବରୁ ଏହିପରି ବିଭିନ୍ନ ଜାଗାରେ ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରୁଥିଲେ ମଧ୍ୟ ଏଥିପ୍ରତି ବନବିଭାଗ, ପୁଲିସ ବିଭାଗ ନା ବିଦ୍ୟୁତ ବିଭାଗ ଆଦ୍ୟୈ। ତର୍ପରତା ପ୍ରକାଶ କରିନାହାନ୍ତି । ଖବର ପାଇ ବିନିକା ପୁଲିସ ବିନିକା ଡ଼ାକ୍ତର ଖାନକୁ ପହଞ୍ଚି ତଦନ୍ତ ଜାରି ରଖିଛି । ଅପରାଧୀକୁ ତୁରନ୍ତ ଧରିବାକୁ ବିନିକା ପୁଲିସ ଦୃଢ଼ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।