ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

0

(ସତ୍ୟନାରାୟଣ ପାଲ /ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା କାର୍ଗିଲ ଛକ ନିକଟରେ ବିଦ୍ୟୁତ କାମ କରୁଥିବାବେଳେ ବିଦ୍ୟୁତ ସ୍ପର୍ଶରେ ଯୁବକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଯେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁସୁମି ବ୍ଲକର ଆହାରବନ୍ଧ ଗ୍ରାମର କ୍ରିଷ୍ନା ମହାକୁଡର ୧୮ ବର୍ଷର ପୁଅ ବିଜୟ ମହାକୁଡ ହାଟବାଦଡା ପଞ୍ଚାୟତ ଅନ୍ତର୍ଗତ କାର୍ଗିଲ ଛକରେ ଆଜି ଦିନ ଦେଢ଼ଟା ପାଖାପାଖି ସମୟରେ ବିଦ୍ୟୁତ ଜନିତ କାମ କରୁଥିବାବେଳେ ବିଦ୍ୟୁତ ସ୍ପର୍ଶରେ ଆସି ଦୁର୍ଘଟଣାରେ ଶିକାର ହୋଇଥିଲେ ।ତାଙ୍କୁ ତୁରନ୍ତ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା ।ଡ଼ାକ୍ତର ମୃତ ଘୋଷଣା କରିଥିଲେ ।ପୋଲିସ ଅପମୃତ୍ୟୁ ମାମଲା କେଶ ନମ୍ବର ୩୩/୨୦ ରୁଜୁ କରିଛି ଆସନ୍ତାକାଲି ପଞ୍ଚନାମା କରାଯିବ ।