(ହରପ୍ରସାଦ ବିଷୋଇ)ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ପ୍ରଶ୍ନକାଳ। ପ୍ରଶ୍ନଉତ୍ତର କାଳ ଆରମ୍ଭ ହେବ ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧ ପ୍ରଦର୍ଶନ କଲେ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକାର୍ୟ୍ୟ ଦିନ ୧୨ଟା ପର୍ୟ୍ୟନ୍ତ ମୁଲତବୀ ରଖିଛନ୍ତି। ପ୍ରଶ୍ନକାଳ ଆରମ୍ଭରୁ ସ୍ମିତାରଣୀ ମୃତ୍ୟୁ ଘଟଣାରେ ତଦନ୍ତ ଦାବି ସହ ଯାଜପୁର ଏସପିକୁ ବହିଷ୍କାର ଦାବି। ବେଆଇନ ଘରର ପୃଷ୍ଟପୋଷକ କିଏ? ରଂଗଶାଳା ସିସିଟିଭି ଗଲା କୁଆଡେ ଗଲା ବୋଲି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ପୋଡିୟମ ତଳକୁ ଆସି କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ। ସେହିପିରି ବିଜେପି ବିଧାୟକମାନେ ବ୍ୟାନର ଦେଖାଇ ବିରୋଧ ପ୍ରଦର୍ସନ କରିଥିଲେ। ପ୍ରଶ୍ନକାଳ ବାତିଲ କରି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦାବି କରିବା ସହ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ତଦନ୍ତ ଦାବି କରିଥିଲେ। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହକାର୍ୟ୍ୟ ଚାଲିନପାରିବାରୁ ୧୨ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି।