ବିଧାନସଭା ସ୍ୱାଧୀକାର କିମିଟ ଆଗରେ ହଜାର ହେଲେ ଜାଗି

0

(ରିପୋର୍ଟସଟୁଡେ): ଓଟିଭିକୁ ହଇରାଣ କରାଯାଉଛି । ବିଗତ ୨୨ ବର୍ଷ ଧରି ଓଟିଭି ନିରବଚ୍ଛିନ୍ନ ଭାବେ କାମ କରିଆସୁଛି । କିନ୍ତୁ ବର୍ତ୍ତମାନ ବିଭିନ୍ନ ଦିଗରୁ ଓଟିଭିକୁ ହଇରାଣ କରାଯାଉଥିବା ମତ ଦେଇଛନ୍ତି ଜାଗି ମଙ୍ଗତ ପଣ୍ଡା । ବିଧାନସଭାର ସ୍ୱାଧୀକାର ଭଙ୍ଗ ଅଭିଯୋଗରେ ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇ ଓଡ଼ିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ଏହା କହିଛନ୍ତି । ୨୦୧୮ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରିତ ହୋଇଥିଲା ।

ଏନେଇ ଚ୍ୟାନେଲ ବିରୋଧରେ ସ୍ୱାଧୀକାର ଭଙ୍ଗ ନେଇ କମିଟି ଜାନୁଆରୀ ୨୮ କିମ୍ବା ତା ପୂର୍ବରୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ନୋଟିସ ଜାରି କରିଥିଲେ। ତେଣୁ ସୋମବାର କମିଟି ନିକଟରେ ଉପସ୍ଥିତ ହୋଇ ନିଜ ପକ୍ଷ ରଖିଛନ୍ତି ଜାଗି।ଏନେଇ କ’ଣ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।