(ହର ପ୍ରସାଦ ବିଷୋଇ)ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ବିଧାୟକ ଓ ବିଧାୟିକା ମାନଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓଡ଼ିଶା ବିଧାନସଭାର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ବିଧାନସଭାର ବିଦ୍ଧି ବ୍ୟବସ୍ଥାର ପାଠ ପଢୁଛନ୍ତି ବିଧାୟକ । ପ୍ରାୟ ୫୯ ଜଣ ନୂତନ ବିଧାୟକ ଓ ବିଧାୟିକା ଗୃହରେ ଉପସ୍ଥିତ ରହିଥିଲା ବେଳେ ଏଥିରେ ବରିଷ୍ଠ ମଧ୍ୟ ଉପସ୍ଥିତ ଥିଲେ । ବିଧାୟକ ଓ ବିଧାୟିକାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ସରଳ ହୁଅ,ଲୋକଙ୍କ ଉପରେ ନିର୍ଭର କର । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ୧୫ ଦିନରେ ଥରେ ବିଧାୟକଙ୍କ ବୈଠକ ହେବ। ସମସ୍ତ କାର୍ଯ୍ୟ କମ୍ପୁଟରୀକରଣ କରାଯିବ । ଏ ନେଇ ନୀତିଗତ ନିଷ୍ପତି ହୋଇଛି। ତେବେ ନୂତନ ବିଧାୟକ ମାନେ ଏ ନେଇ ସେମାନଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ଦ୍ୱାରା ବିଧାନସଭାର ବିଧି ବ୍ୟବସ୍ଥା ଉପରେ ବହୁତ କିଛି ଶିଖିବାକୁ ମିଳିବ । ତେବେ କଂଗ୍ରେସ ବିଧାୟକ ସୁର ରାଉତରାୟ ଏହା ସହ ଏକ ମତ ନୁହନ୍ତି । ଲେକଙ୍କ ପାଖକୁ ଯିବାକୁ ପଡ଼ିବ । କମ୍ପୁଟରୀକରଣ କଲେ କିଛି ଲାଭ ହେବ ନାହିଁ । ତେଣୁ ଏହି ପ୍ରଶିକ୍ଷଣ ଶିବିରରେ ବିଧାୟକ କେଉଁ ପାଠ ପଢୁଛନ୍ତି ଓ କେତେ ଦୂର କାର୍ଯ୍ୟରେ ଲଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।