(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସମସ୍ତ ବିଧାୟକଙ୍କୁ ନବୀନ ନିବାସ ଡ଼ାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରେିମୋଙ୍କୁ ଭେଟିବା ସହ ସଂଗଠନକୁ ସୁଦୃଢ କରିବା ପ୍ରସଙ୍ଗରେ ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି । ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେସନ ଶେଷ ହୋଇଥିବା ବେଳେ ନବୀନ ବିଧାୟକଙ୍କୁ ଭେଟିବା ରାଜନୌତିକ ମହଲରେ ବେଶ ଗୁରୁତ୍ୱ ବହନ କରୁଛି । ଏଥିରେ ଆଗାମୀ ପୌର ଓ ସମବାୟ ନିବାଚନ ଓ ପାଟକୁରା ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ପାଇଁ ନିର୍ଦ୍ଦେଶ ଦେବା ମଧ୍ୟ ଚର୍ଚ୍ଚା ହେଉଛି । ଏହି ପରିପେକ୍ଷୀରେ ସକାଳ ସାଢେ ୯ ଟାରେ ସମସ୍ତ ନୂଆ ବିଧାୟକଙତ୍ୁ ନବୀନ ନିବାରସରେ ପହଞ୍ଚିବାକୁ କୁହାଯାଇଥିବା ବେଳେ ସକାଳ ସାଢେ ୧୦ ଟାରେ ପୁରୁଣା ବିଧାୟକଙ୍କୁ ଡ଼କାଯାଇଛି ।
.