(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ଆଜି ବିଜେଡି ବିଧାୟକ ଦଳର ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି। ସାଂସଦଙ୍କ ଭଳି ବିଧାୟକ ମାନେ ବିଜେଡି ସୁପ୍ରିମୋଙ୍କୁ ଦେବେ ଦୁଇ ମାସରେ ଥରେ ରିପୋର୍ଟ। ଏଥିପାଇଁ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ସୁପ୍ରିମୋ। କମିଟିରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ, କିଶୋର ମହାନ୍ତି ଅଛନ୍ତି। ରିପୋର୍ଟ କିପରି ଦେବେ, କଣ ରହିବ ରୂପରେଖ ସେନେଇ କମିଟି ପ୍ରସ୍ତାବ ଦେବ ଆଉ ଫ୍ରେମ ତିଆରି କରିବ। ୧୦ ଦିନ ମଧ୍ୟରେ ଏ ବାବଦ ରିପୋର୍ଟ ଦେବାକୁ କୁହାଯାଇଛି। ପ୍ରତ୍ୟେକ ଦିନ ୧୧ଟା ୩୦ ସୁଦ୍ଧା ସରକାରୀ ଦଳର ମୁଖ୍ୟ ସଚେତକ ବିଜେଡି ବିଧାୟକଙ୍କ ଉପସ୍ଥିତ ନେଇ ରିପୋର୍ଟ ଦେବେ। ଯିଏ ୨ ଦିନରୁ ଅଧିକ ଅନୁପସ୍ଥିତ ରହିବାକୁ ଚାହିଁବେ ସେମାନେ ସୁପ୍ରିମୋଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ବିଧାନସଭା ବିତର୍କରେ ସକ୍ରିୟ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଧାୟକ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାର ଲୋକ ହେଉଛନ୍ତି ଆମର ପ୍ରକୃତ ମାଷ୍ଟର। ତେଣୁ ସେମାନଙ୍କ ସେବା ସଠିକ ବହବେ କରିବା ଉଚିତ। ପାଟକୁରା ଓ ବିଜେପୁର ଫଳାଫଳ ହିଁ ସୁଚେଇ ଦେଉଛି ଲୋକେ ଆମ ଉପରେ କେତେ ବିଶ୍ୱାସ ରଖିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆମେ ମନେ କଠିନ ପରିଶ୍ରମ କରିବା ସହିତ ସ୍ୱଚ୍ଛତା ଓ ପ୍ରତିବଦ୍ଧତା ଓଡିଶାବାସୀଙ୍କ ପାଇଁ ଦେଖାଇବା ଦରକାର।