କଣିହାଁ/ ଜ୍ୟୋତିରଂଜନ ଧର :ଅନୁଗୋଳ ଜିଲ୍ଲା କଣିହାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ସୋମବାର ରେଙ୍ଗାଳି ଓ ବଜ୍ରକୋଟ ଗ୍ରାମପଂଚାୟତ ଅଫିସରେ ଦୀର୍ଘସ୍ଥାୟୀ କିଟନାଶକ ଉପଚାରିତ ମଶାରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଲଲହଡା ବିଧାୟକ ମୁକେଶ ପାଳ ମୁଖ୍ୟଅତିଥି ରୂପେ ସାମିଲ ହୋଇ ମଶାରୀ ବିତରଣ କରିଥିଲେ । କଣିହାଁ ବିଡିଓ ରମେଶ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ମଶାରୀ ବ୍ୟବହାର ଦ୍ୱାରା ମଶାବାହକ ଜନିତ ରୋଗରୁ କିଭଳି ନିରାକରଣ କରାଯିବା ଉପରେ ମତବ୍ୟକ୍ତ କରିଥିଲେ । କଣିହାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶଶିକାନ୍ତ ତ୍ରିପାଠି ମଶାରୀ ବ୍ୟବହାର ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ମଶାରୀ ବିତରଣର ସୁପରିଚାଳନା ସହିତ ମଶାରୀ ବ୍ୟବହାର ସକରାତ୍ମକ ଦିଗ ଉପରେ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ପ୍ରସାରଣ ଅଧିକାରୀ ଅଭୟ କୁମାର ସାମଲ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଜ୍ରକୋଟ ସରପଂଚ, ରେଙ୍ଗାଳି ସରପଂଚ, ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ, ଆଶାକର୍ମି, ଅଙ୍ଗନାୱାଡିକର୍ମୀ ପ୍ରମୁଖଏହିବିତରଣ ଉତ୍ସବରେ ସାମିଲ ଥିଲେ ।