ବିଧାୟକ ରଘୁନାଥ ଜଗଦଲା ଓୟୁଏଟିର ପରିଚାଳନା ବୋର୍ଡ ସଦସ୍ୟଭାବେ ନିର୍ବାଚିତ

0

ସୁବର୍ଣ୍ଣପୁର-: ସୁବର୍ଣ୍ଣପୁର,ବୀରହାରାଜପୁର ଅଞ୍ଚଳ ବିଧାୟକ ରଘୁନାଥ ଜଗଦଲା ଓଡ଼ିଶା କୃଷି ବିଶ୍ୱଦ୍ୟାଳୟ ଓ ପ୍ରଯୁକ୍ତି ବିଦ୍ୟାଳୟ(ଓୟୁଏଟି )ର ପରିଚାଳନା ବୋର୍ଡ ସଦସ୍ୟଭାବେ ନିର୍ବାଚିତ ହୋଇଛନ୍ତି ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ ମଧ୍ଯ ଓଡ଼ିଶା କୃଷି ବିଶ୍ବଦ୍ୟାଳୟ ଓ ପ୍ରଯୁକ୍ତି ବିଦ୍ୟାଳୟ ପରିଚାଳନା ବୋର୍ଡ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ବିଧାୟକ ବୋର୍ଡ ସଦସ୍ୟ ହେବାପରେ ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନ ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ, ଓକିଲ ସଂଘର ସଭାପତି ରାଧାକାନ୍ତ ମହାକୁଡ଼, ସପ୍ତଦିପା ସାହିତ୍ୟ ସଂସଦ ସଭାପତି ଡ଼ ଦ୍ବୀତିକୃଷ୍ଣ ପଣ୍ଡା, ସୁବର୍ଣ୍ଣପୁର ଜିଲା ଭାଜପା ସଭାପତିବେଣୁଧର ଦାସ, ବରିଷ୍ଠ ଭାଜପା ନେତା ବିଶ୍ଵମ୍ବର ମିଶ୍ର, ଏମ୍‌ପି ପ୍ରତିନିଧି ନଳିନୀ ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ପୂର୍ବତନ ବ୍ଳକ ଅଧ୍ଯକ୍ଷ ସନ୍ତୋଷ କୁମାର ଭୋଇ, ଅଶୋକ କୁମାର ପୃଷ୍ଟି ବରିଷ୍ଠ ନେତା ବିଶ୍ୱମ୍ବର ମିଶ୍ର, ବୀରମହାରାଜପୁର ମଣ୍ଡଳ ସଭାପତି ସୁମନ୍ତ ଜଗଦଲା, ସତ୍ୟବ୍ରତ ମିଶ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ବିଧାୟକ ଜଗଦଲା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ମୁଁ ଓୟୁଏଟିର ଛାତ୍ର ଥିଲି ଏବେ ସେହି ଅନୁଷ୍ଠାନର ସେବା କରିବା ଦାୟିତ୍ବ ମିଳିଛି। ଏଣୁ ଓୟୁଏଟିକୁ ବିଶ୍ୱ ଦରବାରରେ କିପରି ପ୍ରତିପାଦିତ କରାଯାଇ ପାରିବ ସେଥି ପ୍ରତି ଧ୍ୟାନ ଦେବି ବୋଲି କହିଛନ୍ତି ।