(ଜୟନ୍ତ କୁମାର ସେଠୀ)ଗୋପ: ବିଜେପି ପକ୍ଷରୁ ନିମାପଡା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସମ୍ମୁଖରେ ଧ।ରଣା। ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗର ମନୋମୁଖୀ କାର୍ଯ୍ୟ ପାଇଁ କାର୍ୟ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୁତ୍ଵରେ ଧାରଣା ଦେଇଥିଲା ବିଜେପି । ବିଶେଷକରି ବାତ୍ୟା ଫନି ପରେ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୧୦ କୋଟି ଟଙ୍କା ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ମନୋମୁଖୀ ଭାବରେ କରାଯାଉଥିବା ଅଭିଯୋଗ ହୋଇଥିଲା । ବିଶେଷକରି ବାତ୍ୟା ପାଇଁ ଅ।ସିଥିବା ଅର୍ଥକୁ ଦଳିୟ ଭିତ୍ତିରେ ବଣ୍ଟା ଯାଇ ଅର୍ଥ କୁ ତୋଷରପାତ କରାଯାଉଥିବା ଓ ଏଥିରେ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହମତି ରେ ହେଉଥିବା ଅଭିଯୋଗ ଅ।ଣି ଶତାଧିକ ବିଜେପି କର୍ମୀ ଧାରଣା ଦେଇଥିଲେ । ଘଟଣାସ୍ଥଳରେ ନିମାପଡା ପୋଲିସ ପହଂଚି ଧାରଣାରତ ବିଜେପି କର୍ମୀଙ୍କୁ ବୁଝାସୁଝା କରିବା ସହିତ ବିନା ଟେଣ୍ଡରରେ ହେଉଥିବା କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ କରାଯିବା ନେଇ ଗ୍ରାମ୍ୟ ଉନ୍ନୟନ ନିର୍ବାହୀଯଂତ୍ରୀ ପ୍ରତିଶୃତି ଦେବା ପରେ ଧାରଣା ରୁ ହଟିଥିଲା ବିଜେପି।