ବିନା ଟେଣ୍ଡରରେ କୋଟିକୋଟି ଟଙ୍କାର କାର୍ଯ୍ୟ ଚାଲୁଛି, ବିଭାଗୀୟ ଅଧିକାରୀ ଚୁପ୍

0

(ଜୟନ୍ତ କୁମାର ସେଠୀ)ଗୋପ: ଦୁର୍ନୀତି ରୋକିବା ଓ କାର୍ଯ୍ୟକୁ ସଠିକ ଭାବେ କରିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ୫ଟି ଓ ମୋ ସରକାର । ହେଲେ ତାହା କିଭଳି କାର୍ଯ୍ୟକାରୀ ହେଉଛି ତାର ନମୁନା ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ ଉନ୍ନୟନ ଡିଭିଜନ ରେ ସ୍ପଷ୍ଟ ଭାବରେ ବାରି ହେଉଛି। ତେବେ ଏଠାରେ ୫ଟି ର ସ୍ଵଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ନିମାପଡ଼ା ଡିଭିଜନ ଅଧୀନରେ ଥିବା କୋଣାର୍କ ସବଡିଭିଜନ ଓ ଗୋପରେ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ସରକାରଙ୍କ ପକ୍ଷରୁ ଟେଣ୍ଡର ପାଇଁ ବିଧିବଦ୍ଧ ବ୍ୟବସ୍ଥା ଥିଲେ ମଧ୍ୟ ଏହାକୁ ବେଖାତିର କରି କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଟେଣ୍ଡର ନକରି ଅଫ୍ ଲାଇନ୍ ରେ ପାସ୍ କରାଇ ନିଆଯାଇଥିବା ଭଳି ହୋଇଛି ସଙ୍ଗିନ ଅଭିଯୋଗ ।

ବାତ୍ୟା ଫନି ରେ ନିମାପଡ଼ା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବିଭିନ୍ନ ସ୍କୁଲ ଓ ସରକାରୀ କାର୍ୟ୍ୟାଳୟର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଆସିଥିବା ବେଳେ ଅନଭିଜ୍ଞ ଠିକାଦାରଙ୍କ ଦ୍ବାରା କାର୍ୟ୍ୟ ହେଇଚି। ଗୋଟିଏ ପଟେ ସରକାର ବିନା ଟେଣ୍ଡରରେ କୋଣସି କାର୍ଯ୍ୟ ହୋଇପାରିବ ନାହିଁ ନିର୍ଦେଶନାମା ଜାରି କରିଥିବା ବେଳେ ଅନ୍ୟପଟେ କିଭଳି ଭାବେ କୋଟି କୋଟି ଟଙ୍କାର କାର୍ୟ୍ୟ ଚିଠାରେ ଚାଲିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସମସ୍ତ କାର୍ୟ୍ୟ ଶେଷ କରି ବିଲ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ବେଳେ ମାର୍ଚ୍ଚ ୧୮ ତାରିଖରେ ଟେଣ୍ଡର ଖୋଲା ଯିବାର ଶେଷ ତାରିଖ ରହିଛି। ଯଦି ମାର୍ଚ୍ଚ ୩୦ ତାରିଖ ସୁଦ୍ଧା କାର୍ୟ୍ୟ ନସରିଲା ତେବେ ଟଙ୍କା ଫେରସ୍ତ ଯିବ ବୋଲି ସୂଚନା ରହିଛି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯଦି ମାର୍ଚ୍ଚ ୧୮ ରେ ଟେଣ୍ଡର ଖୋଲା ଯାଏ ତେବେ ଠିକାଦାର ମାନେ କିଭଳି କାର୍ୟ୍ୟକରିବେ ତାହା ପ୍ରଶ୍ନ କରିଛନ୍ତି ମଣ୍ଡଳ ନିମାପଡ଼ା ଏନେସିର ସଭାପତି।
ଗୋଟିଏ ପଟେ ଟେଣ୍ଡର ପରେ ଠିକାଦାର ମାନେ କାର୍ୟ୍ୟ କରିବେ ବୋଲି ବିଭାଗୀୟ ଅଧିକାରୀ ମାନେ କହୁଥିବା ବେଳେ ଅନ୍ୟପଟେ କୋଟି କୋଟି ଟଙ୍କାର କାର୍ଯ୍ୟ ବିନା ଟେଣ୍ଡର ରେ ଠିକାଦାର ମାନେ କରିଥିବା ଅଭିଯୋଗ ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ କରାଗଲେ କୋଟି କୋଟି ଟଙ୍କାର ଦୁର୍ନୀତି ଲୋକ ଲୋଚନକୁ ଆସିବା ସହିତ ଏଥିପ୍ରତି ବିଭାଗୀୟ ସଚିବ, ମନ୍ତ୍ରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି।ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ବ୍ୟାପକ ଦୃର୍ନିତୀ ସଂକ୍ରାନ୍ତରେ ଖବର ପରେ ଵିଭାଗୀୟ ଅଧିକାରୀ ତରବରିଆ ଭାବରେ ଚିଠା କାମକୁ ବାତିଲ କରିଥିବା ଜଣାପଡ଼ିଛି ।