ବିନା ରଙ୍ଗରେ ହୋଲି …

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ରଙ୍ଗର ପର୍ବ ହେଉଛି ହୋଲି। ଏହି ଦିନ ଲୋକେ ପରସ୍ପରକୁ ରଙ୍ଗବେରଙ୍ଗର ଫଗୁ ବା ଅବିର ଲଗାଇ ଉତ୍ସବ ପାଳନ କରିଥାନ୍ତି। ତେବେ ହୋଲି ରଙ୍ଗରେ ରାସାୟନିକ ପଦାର୍ଥର ପ୍ରୟୋଗ ହେତୁ ଫଗୁ ଖେଳିବା ଦ୍ୱାରା ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଫଳରେ ସେହି ବ୍ୟକ୍ତିମାନେ ଏହି ପର୍ବର ମଜା ନେଇପାରନ୍ତି ନାହିଁ। ତେବେ ଆପଣ ବିନା ରଙ୍ଗରେ ମଧ୍ୟ ଏହି ରଙ୍ଗର ପର୍ବକୁ ବେଶ୍‌ ମନଭରି ଉପଭୋଗ କରିପାରିବେ। ବିନା ରଙ୍ଗରେ କିଭଳି ଭାବରେ ହୋଲି ଉତ୍ସବ ପାଳନ କରିବେ ଜାଣନ୍ତୁ ସେ ସମ୍ପର୍କରେ…..
ଘରେ ଆପଣ ପ୍ରାକୃତିକ ଉପାଦାନ ଯଥା ଗୋଲାପ ଫୁଲ ପାଖୁଡା, ହଳଦୀ, ଚନ୍ଦନ, ଗେଣ୍ଡୁ ଫୁଲ, ପୋଦିନା ପତ୍ର ଆଦିକୁ ବାଟି ପେଷ୍ଟ ପ୍ରସ୍ତୁତ କରିପାରିବେ। ଏହାକୁ ବ୍ୟବହାର କରି ଆପଣ ପରିବାର ସଦସ୍ୟଙ୍କ ସହ ହୋଲିର ମଜା ନେଇପାରିବେ।

ଖାସ୍‌ ହୋଲି ପାଇଁ ସ୍ବତନ୍ତ୍ର ଡ୍ରେସ୍‌ କୋଡ ଚୟନ କରିପାରନ୍ତି। ପରିବାରର ସମସ୍ତ ସଦସ୍ୟ ହୋଲି କୋଟେସନ ଲେଖାଥିବା ଟି-ଶାର୍ଟ ବା ଧଳା ରଙ୍ଗର କୁର୍ତ୍ତି, ସାଲଓ୍ବାର, ଶେରଓ୍ବାନୀ ଆଦି ପିନ୍ଧିପାରିବେ।

 ଘରକୁ ବିଭିନ୍ନ ଆକର୍ଷଣୀୟ ରଙ୍ଗିନ ଡେକୋରେଟିଭ ଜିନିଷରେ ସଜେଇପାରନ୍ତି। ଏହାବ୍ୟତୀତ ଏହି ଅକେଜନ୍‌ରେ କଲରଫୁଲ୍‌ ରଙ୍ଗୋଲି ମଧ୍ୟ ଘରକୁ ଦେବ ଏକ ଫେଷ୍ଟିଭ୍‌ ଲୁକ୍‌।

 ଏହି ଅବସରରେ ସୁସ୍ବାଦୁ ତଥା ରଙ୍ଗିନ ଖାଦ୍ୟପଦାର୍ଥ ପ୍ରସ୍ତୁତ କରି ଘରକୁ ଆସୁଥିବା ଅତିଥିମାନଙ୍କୁ ପରଷିପାରିବେ।