(ରଜନୀକାନ୍ତ ପାତ୍ର): ଗଂଜାମ ଧରାକୋଟ ଥାନା ମୁଣ୍ଡମରେଇ ଆନ୍ଧ୍ର ବ୍ୟାଙ୍କର କ୍ୟାସିୟର ବିନୟ କୁମାର ବେହେରା ହତ୍ୟା ଘଟଣାର ଖୁଲାସା ପୋଲିସ । ଏହି ହତ୍ୟା କାଣ୍ଡ ଚଳିତ ମାସ ୨୨ ତାରିଖ ରେ ଘଟିଥିବା ବେଳେ ମୃତକଙ୍କ ଘର ଛତ୍ରପୁର ବୋଲି ଜଣାପଡିଥିଲା । ତେବେ ପ୍ରେମ ବ୍ୟାପାର କୁ ନେଇ ଏହି ହତ୍ୟା ଘଟଣା ଘଟିଥିବା ପୋଲିସ କହିଥିବା ବେଳେ ଗିରଫ ଅଭିଯୁକ୍ତଙ୍କ ଠାରୁ ଏକ ସୁନା ଚେନ୍ ସହ ହତ୍ୟା କାଣ୍ଡରେ ବ୍ୟବହାର ଲାଠି ଓ ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିବା ଜଣାପଡିଛି ।ସୂର୍ୟ୍ୟମଣି ପ୍ରଧାନ ଆସିକା ଏସଡିପିଓ କହିଛନ୍ତି ।