ବିଫଳତାକୁ ସରକାର ଘୋଡ଼ାଉଛନ୍ତି

0

ଭୁବନେଶ୍ୱର: ଓଡ଼ିଶାରେ ଝାଡ଼ାବାନ୍ତି ରୋଗ ହଇଜାର ରୂପ ନେଇଥିଲାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ଫେଲ୍ ମାରିଥିବା ଦର୍ଶାଇ ସି.ପି.ଆଇର ରାଜ୍ୟ ସଂପାଦକମଣ୍ଡଳୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛି ।ଏବେ ପର୍ଯ୍ୟନ୍ତ ଆଠଟିରୁ ଅଧିକ ଜିଲ୍ଲାକୁ ବ୍ୟାପିଥିବା ଏହି ରୋଗରେ ଦୁଇ ହଜାରରୁ ଅଧିକ ରୋଗୀ ସଂକ୍ରମିତ ହେବା, କେତେକ ରୋଗୀଙ୍କ ଶରୀରରେ ହଇଜା ରୋଗର “ଭିବିଓ” ଜୀବାଣୁ ଚିହ୍ନଟ ହେବା ଏବଂ ୨୧ ଜଣ ମୃତ୍ୟୁବରଣ କରିବା ସତ୍ତ୍ବେ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଏହାକୁ “ମହାମାରୀ” ଆଖ୍ୟା ଦେବାକୁ ପ୍ରତ୍ୟାଖ୍ୟାନ କରିବା ବାସ୍ତବତାକୁ ଅସ୍ୱୀକାର ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ସି.ପି.ଆଇ ଦର୍ଶାଇଛି । କେନ୍ଦ୍ରୀୟ ଦଳଙ୍କ ଏହି ବକ୍ତବ୍ୟ ରାଜ୍ୟ ସରକାରଙ୍କ ବିଫଳତାକୁ ଘଣ୍ଟ ଘୋଡ଼ାଇବା ପାଇଁ ବୋଲି ସେମାନେ କହିଛନ୍ତି  ।

ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ପାଣି ଓ ଖାଦ୍ୟ ଉପରେ ପୂର୍ଣ୍ଣ କଟକଣା ଜାରି କରିବାକୁ ସି.ପି.ଆଇ.(ଏମ୍) ଦାବି କରିଛି । ଡ଼ାକ୍ତରଖାନା ଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟାରେ ଶଯ୍ୟା, ଡ଼ାକ୍ତର, ନର୍ସ, ସ୍ଵାସ୍ଥ୍ୟକର୍ମୀ, ଉନ୍ନତମାନର ଔଷଧ, ସଂକଟାପନ୍ନ ସ୍ଥିତିରେ ଥିବା । ରୋଗୀମାନଙ୍କର ଉନ୍ନତ ଚିକିତ୍ସାର ବନ୍ଦୋବସ୍ତ ସହ ସର୍ବତ୍ର ଜଳର ଉତ୍ସକୁ ବିଶୋଧନ କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରୁଛି । ଏହାସହ ୨୦୨୪ ସୁଦ୍ଧା “ଜଳ ଜୀବନ ମିଶନ ” ଜରିଆରେ ଦେଶର ଗ୍ରାମାଞ୍ଚଳର ପ୍ରତି ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ମୋଦି ସରକାର ଯେଉଁ ଘୋଷଣା କରିଥିଲେ, ଡବଲ ଇଞ୍ଜିନ୍ ସରକାର ତାକୁ ଯୁଦ୍ଧକାଳୀନ ଭିଭିରେ ଆଗାମୀ ଛଅ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସି.ପି.ଆଇ ଦାବି କରୁଛି ।