ବିବାହ ଶୋଭାଯାତ୍ରା ଉପରେ ମାଡିଗଲା ଟ୍ରକ: ୧୩ ଜଣଙ୍କ ମୃତ୍ୟୁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାରେ ଏକ ବାହାଘର ଶୋଭାଯାତ୍ରା ବେଳେ ଟ୍ରକ୍ ମାଡ଼ି ଯିବାରୁ ୧୩ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଜୟପୁରରୁ ୪୧୭ କିଲୋମିଟର ଦୂର ଅମ୍ବାୱାଲି ଗାଁରେ ପ୍ରତାପଗଡ଼-ଜୟପୁର ରାଜପଥରେ ଏକ ବାହାଘର ଶୋଭାଯାତ୍ରା ଯାଉଥିଲା । ଏହି ସମୟରେ ଏକ ଟ୍ରକ୍ ମାଡି ଆସି ଶୋଭାଯାତ୍ରା ଉପରେ ପଶିଯାଇଥିଲା । ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିଲା । ଆହତ ୧୯ ଜଣଙ୍କୁ ସ୍ଥାନୀୟ ଲୋକେ ସେଠା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।