ବିମାନ ବନ୍ଦରରେ ଆରମ୍ଭ ହେଲା ପ୍ରିପେଡ ଟ୍ୟାକ୍ସି ସେବା

0

( ଆଦର୍ଶ ରାଉତ): ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଆରମ୍ଭ ହେଲା ପ୍ରିପେଡ ଟ୍ୟାକ୍ସି ସେବା । କମିସନରେଟ ପୋଲିସର ସହଯୋଗରେ ଏହି ସେବା ଯୋଗାଦିଆଯିବ । ଆଜି ପୋଲିସ କମିସନର ସତ୍ୟଜିତ ମହାନ୍ତି ଏହାକୁ ଶୁଭାରମ୍ଭ କରିଛନ୍ତି । କମଦାମ୍ ଓ ସୁରକ୍ଷିତ ଭାବେ ଯାତ୍ରୀମାନେ କିପରି ସେବା ପାଇବେ ତାହା ନଜରରେ ରଖି ଏହି ସେବାକୁ ଆରମ୍ଭ କରାଯାଇଛି ।