ବିରଳ ସାପ ଉଦ୍ଧାର

0

(ଦୀପକ ମିଶ୍ର /ଉଦଳା)ରିପୋର୍ଟସଟୁଡେ: ଉଦଳା ଅଞ୍ଚଳରୁ ଏକ ବିଷାକ୍ତ ବିରଳ ସାପ ଉଦ୍ଧାର ହୋଇଛି । ଏହି ସାପଟି ବିଶେଷ ଭାବେ ଦେଖିବାକୁ ମିଳୁନଥିବା ବେଳେ ଏହାକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ ଲାଇନର ସଦସ୍ୟମାନେ ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ରାଢୋ ଗ୍ରାମରୁ ଏକ ବିଷାକ୍ତ ବରିଳ ସାପ ଉଦ୍ଧାର କରାଯାଇଛି । ସାପଟିକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ ଲାଇନର ସଦସ୍ୟ । ରାଢୋ ଗ୍ରାମର କିରଣ ବିଶ୍ୱାଳଙ୍କ ଫାର୍ମ ହାଉସ ଚାଳ ଉପରେ ଏକ ସାପ ଥିବାର ଦେଖିବାକୁ ପାଇଥିଲେ । ପରେ ଏନେଇ ସ୍ନେକ ଲାଇଫ ଲାଇନର ସଦସ୍ୟଙ୍କୁ ଜଣାଇବା ପରେ ସ୍ନେକ ଲାଇଫ ଲାଇନର ସଦସ୍ୟ ରାକେଶ କୁମାର ମହାଳିକ ଏବଂ ଅଭିଜିତ ବେହେରା ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଅକ୍ଷତ ଅବସ୍ଥା ଉଦ୍ଧାର କରିଛନ୍ତି । ଉଦ୍ଧାର ସାପଟିର ନାମ ବାମ୍ବପିଟ୍ ଭାଇପର ବା ଫଟକା ବଡା ସାପ କୁହାଯାଏ । ସାପଟିର ଲମ୍ବ ୨ଫୁଟ ରହିଥିବାବେଳେ ଉଦ୍ଧାର ସାପଟିକୁ ରାଢୋ ଜଙ୍ଗଲରେ ଛାଡି ଦିଆଯାଇଛି ।