ଭୁବନେଶ୍ୱର :ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ଦାଇତ୍ୱହିନ ମନ୍ତବ୍ୟ ଗ୍ରହଣୀୟ ନୁହଁ । ଟୁଇଟ କରି ସାଂସଦ ମାନସ ମଙ୍ଗରାଜ କହିଛନ୍ତି ବିରୋଧୀଦଳ ନେତା ପାଗଳ ହୋଇଯାଇଛନ୍ତି । ନବ ଦାସ ଙ୍କ ହତ୍ୟା ସହିତ ଜଣେ ଜନ ପ୍ରତିନିଧି ତଥା ଜଣେ ସରକାରୀ ଅଧିକାରୀ ଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଧେଶ କରି ସେ ପ୍ରମାଣିତ କରିଛନ୍ତି ଯେ ସେ ବିରୋଧୀ ଦଳ ନେତା ପାଇବାକୁ ଯୋଗ୍ୟ ନୁହନ୍ତି । ଏହା ପୂର୍ବରୁ ସେ ନିଜ ଦଳର ସଭାପତି ଙ୍କୁ ଆକ୍ରମଣ କରିଥିଲେ ଏବଂ ଜଣେ ମହିଳା ପୋଲିସ କୁ ମାରିବା କୁ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ତାଙ୍କର ମାନସିକ ଚିକିତ୍ସାର ଆବଶ୍ୟକତା ଅଛି । ଓଡ଼ିଶା ବିଜେପି ଗମ୍ଭୀରତାର ସହ ଗ୍ରହଣ କରୁ । ବିଳମ୍ବ ହେବା ପୂର୍ବରୁ ତାଙ୍କର ବରଖାସ୍ତ କରିବା ଉଚିତ ବୋଲି କହିଛନ୍ତି ସାଂସଦ ମାନସ ମଙ୍ଗରାଜ ।